ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ‘ଶିକ୍ଷା ସାଧନମ୍’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଳ୍ୟରେ ଶିକ୍ଷାଦାନ–ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ‘ଶିକ୍ଷା ସାଧନମ୍’ ଇଷ୍ଟ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିନେଶଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଆସିଷ୍ଟାଣ୍ଟ ପ୍ରୋଫେସର ଶ୍ରୀମତୀ ବେବିରାଣୀ ସି ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରୋଫେସର ଡକ୍ଟର ଜ୍ୟୋତିଶଙ୍କର ପ୍ରଧାନ, ମୁଖ୍ୟ ବକ୍ତା ପ୍ରୋଫେସର ଡକ୍ଟର ସଞ୍ଜୟ କୁମାର ଦେ, ମହାବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ଫିରୋଜ କୁମାର ପାଢ଼ୀ ଏବଂ ଏକାଡେମିକ ମୁଖ୍ୟ ଡକ୍ଟର ଜୟଶ୍ରୀ ମିଶ୍ର ଶିକ୍ଷଣ କ୍ଷେତ୍ରରେ ଶିକ୍ଷାଦାନ–ଶିକ୍ଷଣ ସାମଗ୍ରୀର ଗୁରୁତ୍ୱ ବିଷୟରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ପ୍ରଦର୍ଶନୀରେ ଇଣ୍ଟିଗ୍ରେଟେଡ୍ ବି.ଏଡ୍‌ର ଚତୁର୍ଥ ବର୍ଷର ଗୁରୁ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୯୮ଟି ଶିକ୍ଷଣ ସାମଗ୍ରୀର ୱାର୍କିଂ ମଡେଲ୍ ପ୍ରଦର୍ଶିତ ହୋଇଥିଲା। ସେଗୁଡ଼ିକୁ ଡକ୍ଟର ନିବେଦିତା ଦାସ, ଡକ୍ଟର କାନ୍ତି ସେଠି, ଶ୍ରୀମତୀ ବର୍ଷାବର୍ଣ୍ଣାଳୀ ପାତ୍ର ଏବଂ ଡକ୍ଟର ପୂଣ୍ଣପ୍ରଭା ମନ୍ତ୍ରୀ ମୂଲ୍ୟାୟନ କରିଥିଲେ।

ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ଦାସ, ଅଧ୍ୟାପିକା–ଅଧ୍ୟାପକ ଶ୍ରୀମତୀ ସୂଚିତା ଦାସ, ମହିମା ବେହେରା, ଜ୍ୟୋତିରେଖା ପଣ୍ଡା, ଶ୍ରୀପର୍ଣ୍ଣା ଗାୟେନ, ଶ୍ରୀ ସ୍ମୃତିରଞ୍ଜନ ସାହୁ ଏବଂ ଷ୍ଟାଫ୍ ସଦସ୍ୟ ମାନସ କୁମାର ମିଶ୍ର ଓ ରଞ୍ଜିତ ଦାସ ନିଜର ସହୃଦୟ ପରିଶ୍ରମ ଏବଂ ସହଯୋଗ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

ପ୍ରଦର୍ଶନୀ ଦେଖିବା ପାଇଁ ବାଲେଶ୍ୱର ପୌରାଞ୍ଚଳରୁ ପ୍ରାୟ ଏକ ହଜାର ହାଇସ୍କୁଲ୍ ଛାତ୍ରଛାତ୍ରୀ ଆସିଥିଲେ। ଶିକ୍ଷଣ ସାମଗ୍ରୀଗୁଡ଼ିକର ୱାର୍କିଂ ମଡେଲ୍ ଦେଖି ସେମାନେ ଶିକ୍ଷଣ କ୍ଷେତ୍ରରେ ବେଶ ଉପକୃତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.