ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଗାଇଧାର ନଦୀ ରୁ ଅଜଣା ଯୁବକ ର ମୃତ ଦେହ ଉଦ୍ଧାର କରିଛି ଜୟପାଟଣା ପୋଲିସ। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ତାଙ୍କର ଆନୁମାନିକ ବୟସ ୩୦ ବର୍ଷ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଆଜି ସକାଳ ୧୦ ଘଟିକା ସମୟରେ ଗାଁ ଲୋକେ ଗାଧୋଇବା ପାଇଁ ଆସିଥିବା ବେଳେ ନଦୀ ରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ସରପଞ୍ଚ ଗୈାତମ ମାଝୀ କୁ ଜଣାଇଥିଲେ। ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଜୟପାଟଣା ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ। ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଟାଯାଇଥିବା ବେଳେ ଜୟପାଟଣା ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଛି।





