ଓଡ଼ିଆ ବାର୍ତ୍ତା/ ଜୁନାଗଡ଼(ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ସହର ସ୍ଥିତ ପ୍ରିୟଦଶିର୍ନୀ ଇନ୍ଦିରା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି l ଏହି ଶିବିର ୯ ଦିନ ଧରି ଚାଲିବା ସହ l ଉଦଘାଟନୀ ଉତ୍ସବରେ ମୁଖ୍ୟଅ ତିଥି ଭାବେ ଜୁନାଗଡ ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ବରାଡ଼ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପୋଲିସ ଏ ଏସ୍ ଆଇ ସ୍ମିତା ରାଣୀ ମାଝୀ ଏବ୍ଂ ଅନ୍ୟତମ ଅତିଥି ଭାବେ ଜୁନାଗଡ ମିଡିଆ କ୍ଲବ୍ ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି, କଲେଜ ର ଭାରପ୍ରାପ୍ତ ଅଧକ୍ଷl ସାଗରିକା ଦାସ, ଓଡ଼ିଆ ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା, ପି ଇ ଟି ସମୀର ରଞ୍ଜନ ସାହୁ, ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣର ସଂଯୋଜିକା ଅମିତା ମେହେର ପ୍ରମୂଖ ଯୋଗଦାନ କରିଥିଲେ l ଏବ୍ଂ ଛାତ୍ରୀ ମାନେ କିପରି ଏହି ତାଲିମ ଶିବିରରେ ପ୍ରଶିକ୍ଷଣ ନେଇ ନିଜ ସୁରକ୍ଷା ନିଜେ କରିପାରିବେ ସେ ନେଇ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ପରି ପ୍ରକାଶ କରିଥିଲେ l ଏହି ଆତ୍ମ ସୁରକ୍ଷା ତାଲିମ ଶିବିରରେ ପ୍ରଶିକ୍ଷିକା ଭାବେ ଜଲି ପରାଭୋଇ ଏବ୍ଂ ଶିବାନୀ ଭାଟି ଛାତ୍ରିମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ କଲେଜର ଓଡ଼ିଆ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା ପରିଚାଳନା କରିଥିବାବେଳେ ପି ଇ ଟି ସମୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କଲେଜର ବିକାଶ ବେହେରା, ଜିତେନ୍ଦ୍ର ନାଏକ, ଆଲୋକ ସାହୁ, ତ୍ରିଭୁବନ ବେମାଲ, ରାଜ କୁମାରୀ ବେମାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସକ୍ରିୟ ସହଯୋଗ କରିଥିଲେ l





