ବାବୁ କାଳୀ ପ୍ରସନ୍ନ ପଣ୍ଡା ସ୍ମାରକୀ ପ୍ରତିଷ୍ଠାନ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ଅନ୍ତର୍ଗତ ବୋଦର ଗ୍ରାମର ମା ବଙ୍କେଇ ଦେବୀଙ୍କ ପ୍ରାଙ୍ଗଣରେ ରବିବାର ବାବୁ କାଳୀ ପ୍ରସନ୍ନ ପଣ୍ଡା ସ୍ମାରକୀ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ମୁଖ୍ୟ ତଥା ଜଗତସିଂହପୁର ସିଜିଏମ୍ ଲିଳିମା ପଣ୍ଡା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜଗତସିଂହପୁର ଆଡିସନାଲ ଏସପି ସତ୍ୟବ୍ରତ ଦାଶ, ଜଗତସିଂହପୁର ଷ୍ପେଶାଲ ପିପି ଗଗନ ଚନ୍ଦ୍ର ଦାଶ, ହାଇକୋର୍ଟର କଟକ ଜିଲ୍ଲା ଜଜ ପିପି ରାମକୃଷ୍ଣ ରଥ, ଆଇନଜୀବୀ ଦୋଳଗୋବିନ୍ଦ ମହାପାତ୍ର, ଆଇନଜୀବୀ ପ୍ରଦିପ୍ତ କୁମାର ବିହାରୀ, ଆଇନଜୀବୀ ଜିତେନ ବେହେରା ସମାଜ ବିକାଶ ମିଶନର ସମାଜସେବୀ ଶରୀତ ମହାପାତ୍ର, ରଘୁନାଥପୁର ଆଇଆଇସି ସୁଶାନ୍ତ ସେଠି, କିଶାନନଗର ଆଇଆଇସି ମନେଶ୍ବର ପ୍ରଧାନ, କଲରାବଙ୍କ ଫାଣ୍ଡି ଅଧିକାରୀ ନରେନ୍ଦ୍ରନାଥ ସାହୁ, ଅଭିନେତା ଅନନ୍ତ ନାରାୟଣ ରଥ ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରଟି ବାସୁଦେବ ୟୁଥ କ୍ଲବର ସଦସ୍ୟ, କଣ୍ଟୁଆର ଓ ବୋଦର ଗ୍ରାମବାସୀଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା। କଟକ ଶ୍ରୀରାମଚନ୍ଦ୍ର ଭଞ ମେଡିକାଲ ରକ୍ତଭଣ୍ଡାର ଡାକ୍ତର ସବ୍ୟସାଚୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ରାମଚନ୍ଦ୍ର ଖଟୁଆ, ବିକ୍ରମ ବାରିକ, ରଶ୍ମୀରଂଜନ ପ୍ରଧାନ, ମଙ୍ଗଳ ଚରଣ ମୁର୍ମୁ, ବିଷ୍ଣୁପ୍ରସାଦ ଘୋଷ, ବିଶ୍ବଜିତ ଦିକ୍ଷିତ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ। ଏଥିରେ ମୋଟ ୪୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.