ବାଲେଶ୍ୱର ବାୟୁ ସେନା ସଂଗଠନ ତରଫରୁ ଆୟୋଜିତ ହେଲା ବାର୍ଷିକ ସମ୍ମିଳନୀ

ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ପିଲାମାନଙ୍କୁ ଶିକ୍ଷା ସହଯୋଗ ଦେବେ କିଟ୍ ଓ ସୋଆ ବିଶ୍ୱବିଦ୍ୟାଳୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ବାୟୁ ସେନା ସଂଗଠନ ତରଫରୁ ଏହାର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବାଲେଶ୍ୱର ବାୟୁ ସେନା ସଂଗଠନର ସଭାପତି ଶିବଦାସ କୁଣ୍ଡୁ ପୌରୋହିତ୍ୟ କରିଥିଲେ। ସଂଗଠନର ସଂପାଦକ ମହେଶ୍ବର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଗଠନର କୋଷାଧ୍ୟକ୍ଷ କୃଷ୍ଣବନ୍ଧୁ ମିଶ୍ର ସଂଗଠନର ବାର୍ଷିକ ଆୟବ୍ୟୟର ବିବରଣୀ ଦେଇଥିଲେ। ଉପସଭାପତି ଗୋପୀନାଥ ଦାସ ଉଦବୋଧନ ଦେଇଥିଲେ। ଏହି ଅବସରରେ ସଂଗଠନର ବୟୋଜ୍ୟେଷ୍ଠ ପରାମର୍ଶଦାତା ପ୍ରଦୀପ କୁମାର ମହାନ୍ତି ଓ ମୂରଲୀଧର ପାତ୍ର ଉଦବୋଧନ ଦେଇ ସମସ୍ତ ବାୟୁସେନା ସଂଗଠନର ସଦସ୍ୟମାନଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ। ସଂପାଦକ ତାଙ୍କ ଅଭିଭାଷଣରେ ଓଡ଼ିଶା ବାୟୁ ସେନା ସଂଗଠନ ତରଫରୁ କିଟ୍ ବିଶ୍ଵବିଦ୍ୟାଳୟ ଓ ସୋଆ ବିଶ୍ଵବିଦ୍ୟାଳୟ ସହିତ ହୋଇଥିବା ଚୁକ୍ତି ବିଷୟରେ ଉଲ୍ଲେଖ କରିଥିଲେ। ଏହା ଦ୍ୱାରା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଓ ତାଂକ ପିଲାମାନଙ୍କୁ କିପରି ଶିକ୍ଷା ସହଯୋଗ ମିଳିବ ତାହା ଜଣାଇଥିଲେ। ବାଲେଶ୍ୱର ସହରରେ ସଂଗଠନର ଏକ ସ୍ଵତନ୍ତ୍ର ଗୃହର ଆବଶ୍ୟକତା, ଚିପ୍ ଯୁକ୍ତ ପରିଚୟ ପତ୍ର, ECHS ରେ ଔଷଧର ଅଭାବ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଅବସର ପ୍ରାପ୍ତ ବାୟୁସେନା ସଂଗଠନର ସଦସ୍ୟ ଏବଂ ତାଂକ ପରିବାରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା ଏବଂ ପ୍ରଶାସନର ସହାୟତା ଓ ଚାନ୍ଦିପୁରରେ ଥିବା ସେନା ବାହିନୀର ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରି ସମସ୍ୟାର ସମାଧାନ ପାଇଁ ଆଶ୍ଵାସନା ଦେଇଥିଲେ। ଏତଦ୍ ବ୍ୟତୀତ ବାଲେଶ୍ୱରରେ ଆୟୋଜନ କରାଯାଇଥିବା ଲୋକକଲ୍ୟାଣ କାର୍ଯ୍ୟ ମାଧ୍ୟମରେ ସଂଗଠନ କିପରି ସମାଜର ବିଶ୍ୱାସ ଭାଜନ ହୋଇପାରିଛି ତାହା ଜଣାଇ ଥିଲେ। ଶେଷରେ ଅଶୋକ କୁମାର ଦାଶ ଉପସ୍ଥିତ ସମସ୍ତ ବାୟୁସେନା ସଂଗଠନର ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.