ନର୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଠାରେ ସୋମବାର ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର। ଶିବିରରେ ୩୦ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ। ସେଥି ମଧ୍ୟରୁ ୧୭ ଗୋଟି ବ୍ୟକ୍ତି ଗତ ସ୍ତରରେ ହୋଇଥିବା ବେଳେ ୧୩ ଗୋଟି ଅଭିଯୋଗ ଗୋଷ୍ଠିଗତ ହୋଇଥିବା ଜଣା ପଡ଼ିଛି।ଆର ଏଚ, ପେନସନ ଓ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ୟା ଗୁଡିକ ଉପରେ ଅଭିଯୋଗ କାରୀ ଅଭିଯୋଗ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଶିବିରରେ ଏଡିଏମ ତନ୍ମୟ କୁମାର ଦରୱାନ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ ପ୍ରମୁଖ ମଞ୍ଚାସୀନ ରହି ଅଭିଯୋଗ ସବୁ ଶୁଣିଥିଲେ। ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସମେତ ନର୍ଲା ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ମେଡିକାଲ ଅଫିସର ଆଶୁତୋଷ ପ୍ରଧାନ, ନର୍ଲା ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ନର୍ଲା ବିଦ୍ୟୁତ ବିଭାଗର ଏସଡିଓ କମଲେଶ ପଧାନ,ଗୋବର୍ଦ୍ଧନ ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଲ, ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁ, ଲାଇନ୍ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର, ଫରେଷ୍ଟର ଭବାନୀ ନାଏକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ। ବିପିସି ଭୋଳନାଥ ଦାସ, ଯନ୍ତ୍ରୀ ଆଲୋକ ନାୟକ, ବିଏସଏସଓ ପ୍ରଦୀପ ବେହେରା, ସନତ କୁମାର ସାହୁ, ସନତ କୁମାର ନାୟକ, ସହକାରୀ ଯନ୍ତ୍ରୀ ସୁଧାଂଶୁ ମହାଲି, କନିଷ୍ଠ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ, ଆଲୋକ ନାଏକ, ରଞ୍ଜିତା ନାଏକ, ସୁକାନ୍ତି ବିଶ୍ୱାଳ, ସଂଯୁକ୍ତା ପାଣି, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଦସ୍ୟ/ ସଦସ୍ୟା ମାନେ ଶିବିରରେ ଉପସ୍ଥିତ ରହିଥିଲେ। ଭତ୍ତା,ଆବାସ ଜୋଜନା, ବିଦ୍ୟୁତ ସଂକ୍ରାନ୍ତୀୟ ମାମଲା, ବାର୍ଦ୍ଧକ୍ୟ ଭତ୍ତା ଓ ଜମିଜମା ସଂକ୍ରାନ୍ତୀୟ ମାମଲା ଗୁଡିକ ଉପରେ ଅଭିଯୋଗ ସବୁ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.