ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ କେନ୍ଦ୍ର କରି ଆଜି କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି ପ୍ରତିବାଦ କରିଛନ୍ତି । ମୃତ ଯୁବକ ହେଲେ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଦିସାରିଗୁଡା ଗ୍ରାମର ସୁନିଲ ହିମିରିକା । ପ୍ରତିବାଦ ଫଳରେ ପିତାମହଲ ବାଇପାସ୍ ରୋଡରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ସୃଷ୍ଟି ହୋଇଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁସାରେ ଗତକାଲି ସଂଧ୍ୟା ସମୟରେ ଦିସାରିଗୁଡା ସ୍ଥିତ ବାଇପାସ୍ ରୋଡରେ ଠିଆ ହୋଇଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିଲା । ଫଳରେ ସୁନିଲ ଘଟଣାସ୍ଥଳରେ ହିଁ ପ୍ରାଣ ହାରାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଶେଷଖାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ତଥାପି ଉତ୍ତେଜନା ଲାଗିରହିଥିଲା । ପରେ ସ୍ଥାନୀୟ ବିଡ଼ିଓ ସୁମନ୍ତ କୁମାର ମିଶ୍ର, ରାଜସ୍ବ ନିରୀକ୍ଷକ ମମତା ରାଣୀ ଖଞ୍ଜା, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଯଶମନ୍ତ ଶବର ଓ ସରପଞ୍ଚ ଟୁଟୁ ତାଡ଼ିଙ୍ଗୀ, ଓକିଲ ବାବୁ ରାଜଗୁରୁ ଘଟଣାସ୍ଥଳରେ ଉପସ୍ଥିତ ହୋଇ ମୃତଙ୍କ ପରିବାରକୁ ତତ୍କାଳ ସହାୟତା ସ୍ୱରୂପ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ବି ଡି ଓ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇ କି ଗଲେ କି ଦିଶାରିଗୁଡା ଗ୍ରାମରେ ଶୋଲାର ର ଆଲୋକି କାରଣ କରାଯିବ, ମୃତ ବ୍ୟକ୍ତି ଙ୍କ ପରିବାରକୁ ଗୋଟିଏ ଇନ୍ଦିରା ଆବାସ ଘର ଯୋଗାଇ ଦିଆଯିବ । ଏଥି ମଧ୍ୟରେ ପୁଲିସ ଅଜଣା ଗାଡିକୁ ଚିହ୍ନଟ କରିବାକୁ ତଦନ୍ତ ଚଲାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.