ଆଜି ‘ଭାରତ ବନ୍ଦ’

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୨୧ ନଭେମ୍ବର ୨୦୨୫ ରେ ନୂଆ ଶ୍ରମ କୋଡ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଆସୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସରକାରଙ୍କ “ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜନେସ୍”କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧିକ ଲାଭ ଦେବା ଏହାର ଲକ୍ଷ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି । ଶ୍ରମ କୋଡ୍‌ ରଦ୍ଧ ଦାବିରେ ଆଜି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ କରିବ ଦେଶବ୍ୟାପି ଧର୍ମଘଟ । ଏଥିସହ ଓଡ଼ିଶାରେ ଚାଲିଥିବା ବିଜୁଳି ବିଲ୍, କଟନିଛଟନି ଓ ମନରେଗାକୁ ପ୍ରସଙ୍ଗ କରି ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ । କଂଗ୍ରେସ ଏହି ଆନ୍ଦୋଳନ ସମର୍ଥନ ଜଣାଇଛି । ତେଣୁ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିବାର ସମ୍ଭାବନା ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ପାଳନ ହେବ । ବନ୍ଦ ପାଳନ ସମୟରେ ସାରାରାଜ୍ୟରେ ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ସ୍କୁଲ ଓ କଲେଜ ବନ୍ଦ ରହିବା ଆଶଙ୍କା ରହିଛି । ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଏହି ବନ୍ଦକୁ ସମର୍ଥନ କରୁଥିବାରୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ହେବାର ଆଶଙ୍କା କରାଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.