ନର୍ଲାରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଭିନ୍ନ ଶ୍ରମିକ ସଙ୍ଗଠନ ଗୁଡ଼ିକ ଡାକରାରେ ଆଜି ସାରା ଦେଶରେ ଭାରତ ବନ୍ଦ ଅନୁଷ୍ଠିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ ରହିଛି। ଅବଶ୍ୟ ବସ ସେବା ଗୁଡ଼ିକ ବନ୍ଦ ରହିଥିଲା। ହେଲେ ଅନ୍ୟ ଦିନ ଗୁଡ଼ିକ ଭଳି ଆଜି ମଧ୍ୟ ସକାଳୁ ଦୋକାନ ବଜାର ଖୋଲିବା ସହିତ ସରଗରମ ଭାବରେ ବ୍ୟବସାୟ ବାଣିଜ୍ୟ ଚାଲିଥିଲା। ଏହାବାଦ ସ୍କୁଲ, କଲେଜ, ବ୍ଲକ, ତହସିଲ ଅଫିସ ସବୁ ଖୋଲା ରହିଥିଲା। ନର୍ଲା ମାର୍କେଟ ମଧ୍ୟ ବେଶ ଗହଳ ରହିଥିଲା। ଆଜି ଭାରତ ବନ୍ଦ ବୋଲି ନର୍ଲା ବାସୀ ଅନୁଭବ କରିପାରି ନଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ନୂଆ ଶ୍ରମକୋଡ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ବିଭିନ୍ନ ଶ୍ରମିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାରଙ୍କ “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍”କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧିକ ଲାଭ ଦେବା ଏହାର ଲକ୍ଷ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି ବିଭିନ୍ନ ସଙ୍ଗଠନ। ଶ୍ରମ କୋଡ୍ ରଦ୍ଧ ଦାବିରେ ଆଜି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ କରିଛି ଦେଶବ୍ୟାପି ଧର୍ମଘଟ । ଏଥିସହ ଓଡ଼ିଶାରେ ଚାଲିଥିବା ବିଜୁଳି ବିଲ୍, କଟନିଛଟନି ଓ ମନରେଗାକୁ ପ୍ରସଙ୍ଗ କରି ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ। କଂଗ୍ରେସ ଏହି ଆନ୍ଦୋଳନ ସମର୍ଥନ ଜଣାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ପାଳନ ହୋଇଛି। ହେଲେ ନର୍ଲାରେ ବନ୍ଦ ପ୍ରଭାଵ ଶୂନ୍ୟ ରହିଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ସମବାୟ ବ୍ୟାଙ୍କ କୁ ବାଦ ଦେଲେ ନର୍ଲାରେ ସ୍କୁଲ, କଲେଜ, ବ୍ଲକ ଅଫିସ, ଆର ଆଇ, ତହସିଲ ଅଫିସ, ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ସମସ୍ତ ଖୋଲା ରହିବା ସହିତ ସବୁ ଦିନ ଭଳି ଅନୁଷ୍ଠାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ଚାଲିଥିବା ଦେଖିବାକୁ ମିଳିଥିଲା। ଲୋକେ ମଧ୍ୟ ଉପରୋକ୍ତ ଅଫିସ ଗୁଡିକୁ ଆସି ନିଜ ନିଜ କାମ କରୁଥିବା ଦୃଶ୍ୟମାନ ହୋଇଥିଲା। ନର୍ଲାର ପ୍ରମୁଖ ବ୍ୟବସାୟିକ ସ୍ଥଳି ରୁପ୍ରାରୋଡ଼, ରୁପ୍ରା, ଛତିକୁଡ଼ା, ବାଲିପଡା ଓ ଶେରଗଡ଼ ରେ ମଧ୍ୟ ଏହି ବନ୍ଦ ପାଳନ ପ୍ରଭାବ ଶୂନ୍ୟ ରହିଥିବା ଦେଖିବାକୁ ମିଳିଥିଲା। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.