ଅଗ୍ନିଶମ ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପ୍ରଶମନ ତାଲିମ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପ୍ରଶମନ ସଂପର୍କିତ ମକ୍ ଡ୍ରିଲ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ କେନ୍ଦ୍ର ଅଧିକାରୀ ସନତ ପ୍ରଧାନଙ୍କ ନେତୃତ୍ୱରେ ହାବିଲଦାର ଦେବରାଜ ସାରକା, ସୁବାଷ ମଲ୍ଲିକ,ଦୁଷ୍ମନ୍ତ ସାହୁ, ଶରତ ଚନ୍ଦ୍ର ବେହେରା, ସୁଧାଂଶୁ ଶେଖର ଦାସ ପ୍ରମୁଖ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅଗ୍ନି ନିରାପତ୍ତା ସଂପର୍କିତ ତାଲିମ ପ୍ରଦାନ କରିବା ସହିତ ବିପର୍ଯ୍ୟୟ ପ୍ରଶମନ ଉପରେ ମଧ୍ୟ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ। ଏହାସହିତ ଅଗ୍ନି ନିରାପତ୍ତା, ବିପର୍ଯ୍ୟୟ ପ୍ରଶମନ ସଂପର୍କିତ ଏକ ମକ୍ ଡ୍ରିଲ ଆୟୋଜନ କରାଯାଇଥିଲା। ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜମ୍ବେଶ୍ୱର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ବନିତା ଧଙ୍ଗଡାମାଝୀ, ଅମିତା ସ୍ବାଇଁ, ଶିକ୍ଷକ ବିନୋଦ ବାତ୍ରା, ନାଗେଶ୍ଵର ସା, କାହ୍ନୁ ଚରଣ ଡାକୁଆ, ସିରିପୁରମ ମୋହନ ରାଓ, ସୁନିଲ କୁମାର ପାଠକ, ଶିକ୍ଷୟିତ୍ରୀ ରୋଜାଳିନୀ ପାଢ଼ୀ,ଶିକ୍ଷକ ବିଷ୍ଣୁ ପ୍ରସାଦ ରାଉତ, ପ୍ରତାପ କୁମାର ବାରିକ, ସୁରେଶ ଚନ୍ଦ୍ର ପଟେଲ ଓ ଶୁଭଲକ୍ଷ୍ମୀ ହୋତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.