ମାଁ ମାଉଳି ନକ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜୟପାଟଣା ବ୍ଲକ ବଡ଼ଟେମରୀ ପଞ୍ଚାୟତ ଖଲିଆଭଟା ରାଧାମାଧବ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ କ୍ରସର ଖେଳ ପଡିଆ ଠାରେ ରବିବାର ଅଷ୍ଟ ଦିବସୀୟ ମାଁ ମାଉଳି ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନୀ ଦିବସର ପ୍ରଥମ ମ୍ୟାଚ୍ ନାଇକାଣୀଗୁମା ଓ ଭେଳାଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପେନାଲଟିକ କିକରେ ଭେଳା ଗାଁ ଦଳ ବିଜୟୀ ହୋଇଛି। ଦ୍ଵିତୀୟ ମ୍ୟାଚ ସିର୍ଲିଗୁଡା ଓ ବଗାଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପେନାଲଟିକ କିକରେ ବଗାଡ଼ ଦଳ ବିଜୟୀ ହୋଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଗୌତମ ବିହାରୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ କୃଷି ଅଧିକାରୀ ରିଖିରାମ ଶବର, ସମ୍ମାନିତ ଅତିଥି ଭାବେ ଶୈଲ୍ୟ ଶବର, କାର୍ତ୍ତିକ ମାଝୀ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।ରାଜୁ ଶବର ରାଇଫରି ଭାବେ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସମ୍ୟାନ ଭାବେ ମୋତିଲାଲ ଶବର ଓ ଗଗନେ ଶବର ସହଯୋଗ କରିଥିଲେ।ବାବୁଲାଲ ଶବର, ଦେବେନ୍ଦ୍ର ପୁଝାରୀ ଓ ଦୁଃଶାସନ ଖର୍ସେଲ ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ରାଧାମାଧବ ସାଂସ୍କୃତିକ ଅନୁଷ୍ଠାନ ଖଲିଆଭଟା ର କମିଟି ବାମନ ଶବର,ଦୟାନିଧି ଶବର କୌଶିକ ଶବର,ଉପେନ୍ଦ୍ର ଶବର ସୁମନ ଶବର, ତ୍ରିନାଥ ଶବର , ଖଗେଶ୍ୱର ଶବର ,ଗୋରେଖ ଶବର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.