ଆମପାଣି ବୁଢ଼ାରଜା ଦଶରା ପାଇଁ ପ୍ରଶାସନ ଓ କମିଟିର ଚୁଡାନ୍ତ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ପ୍ରସିଦ୍ଧ ବାର୍ଷିକ ଦଶରା ଆସନ୍ତା ୩୧ ତାରିଖ ଶନିବାର ଦିନ ହେବାକୁ ଯାଉଛି। ଏନେଇ ଦଶରା ପରିଚାଳନା ନିମନ୍ତେ ଶୁକ୍ରବାର ପ୍ରଶାସନ ଓ ପୂଜା କମିଟିର ଚୁଡାନ୍ତ ବୈଠକ ଆମପାଣି ସ୍ଥିତ ବୁଢ଼ାରଜା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୁଢ଼ାରଜା ଦେବଙ୍କ ଦଶରା ମହୋତ୍ସବ ପରିଚାଳନା ନେଇ କମିଟିର ସଭାପତି ରୁତୁରାଜ ମାଝୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଆମପାଣି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, ଅଗ୍ନିଶମ ବିଭାଗର ଓଆଇସି ପ୍ରସାନ୍ତ ବାଘ, ଆମପାଣି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧନେଶ୍ୱର ଟୁଡୁ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ କିଭଳି ଭାବରେ ବୁଢ଼ାରଜା ଦେବଙ୍କ ଦଶରା ପୂଜା ଶାନ୍ତି ଶୃଙ୍ଖଳା ସହ ପରିଚାଳନା ହେବ ସେନେଇ ଆଲୋଚନା ହୋଇଛି। ଏଥି ସହିତ ଯାତ୍ରାକୁ କିଭଳି ପଲିଥିନ ମୁକ୍ତ କରାଯିବ ଏବଂ ଟ୍ରାଫିକ ସମସ୍ୟାରୁ ଯାତ୍ରୀ ମାନଙ୍କୁ ମୁକ୍ତ କରାଯିବ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି। ଶୃଙ୍ଖଳିତ ମନ୍ଦିର ଦର୍ଶନ ନିମନ୍ତେ ଭକ୍ତ ମାନଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଜିର ଏହି ବୈଠକରେ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନର ସଭାପତି ସମେତ ସମ୍ପାଦକ ସନ୍ତୋଷ ମାଝୀ, ପୁଜକ ଫକୀର ମୋହନ ପୁଝାରୀ, ବିଘ୍ନେଶ୍ୱର ନାଏକ, ଗଙ୍ଗାଧର ନାଏକ, ଜିତେନ୍ଦ୍ର ପଣ୍ଡା, ସରପଞ୍ଚ ଋକ୍ମଣୀ ବାଣୁଆ, ସୁରେଶ କୁମାର ସାହୁ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ପ୍ରସାନ୍ତ ମୁନି, ତ୍ରିନାଥ ପ୍ରଶ୍ନ ରାୟ, ଦୟାନିଧି ନାଏକ, ବି. ଭାସ୍କର ରାଓ, ରାଜୁ ପଟେଲ, ବସନ୍ତ ବେଣୁପାଣି ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.