ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୫ ପେପର-୧ ରେ ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି), କଳାହାଣ୍ଡିର ଦ୍ଵିତୀୟ ବର୍ଷର ଗୁରୁଛାତ୍ରମାନଙ୍କର ଶତପ୍ରତିଶତ ସଫଳତା ହାସଲ କରିଛନ୍ତି, ଯାହାକି ଏକ ବିରଳ ଇତିହାସ ତଥା ସଫଳତା ବୋଲି ଆଲୋଚନା ହେଉଛି। ଏହି ଉଲ୍ଲେଖନୀୟ ୧୦୦% ପାସ୍ ହାର ପ୍ରତିଷ୍ଠାନର ଗୁରୁଛାତ୍ରଙ୍କ ନିଷ୍ଠା ତଥା କର୍ମଚାରୀମାନଙ୍କ ନିରନ୍ତର ସମର୍ଥନର ପ୍ରମାଣ। ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସଫଳତା ପାଇଁ ପ୍ରସ୍ତୁତ କରିବା ନିମିତ୍ତ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ଦେଶବନ୍ଧୁ ସାହୁଙ୍କ ନେତୃତ୍ୱ ସହିତ ସମସ୍ତ ଶିକ୍ଷକ-ପ୍ରଶିକ୍ଷକମାନଙ୍କ ପ୍ରତିବଦ୍ଧତା, ସଠିକ ଦିଗଦର୍ଶନ ତଥା ସମସ୍ତ ଶିକ୍ଷାର୍ଥୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ; ଯାହାକି ଅଭିଭାବକଙ୍କ ମହଲରେ ଆନନ୍ଦର ଲହରୀ ସୃଷ୍ଟି କରିଛି।





