ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ବସନ୍ତ ମିଶ୍ରଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ସେ ରାତିରେ ଘରେ ଏକୁଟିଆ ଥିଲେ। ଏହି ସମୟରେ ୪ ରୁ ୫ ଜଣ ଯୁବକ ହାତରେ ଛୁରୀ ବନ୍ଧୁକ ଧରି ଘରେ ଯୋର ଜବରଦସ୍ତି ପଶିଥିଲେ। ରାତି ୧୧ଟା ରେ ଘରେ ପଶି ସକାଳ ୫ଟା ଯାଏଁ ଦୁର୍ବୁତ୍ତ ମାନେ ବସନ୍ତଙ୍କୁ ମାରପିଟ କରିଥିବା ଜଣାପଡିଛି। ଦୁର୍ବୁତ୍ତମାନେ ତାଙ୍କ ବ୍ୟାଙ୍କ ଆକାଂଉଣ୍ଟ ର ଟଙ୍କା ଉଠାଣ ଫର୍ମ ସନ୍ତକ କରିଯାଇଛନ୍ତି ଏପରି କି ଦୁର୍ବୁତ୍ତ ମାନେ ସୁନା ଚେନ, ମୁଦୀ, ଘରୋଇ ଆସବାବ ପତ୍ର ଲୁଟି ନେଇଥିବା ଜଣାପଡିଛି। ବନ୍ଧୁକ ମୁନରେ ଦୁର୍ବୁତ୍ତ ମାନେ ତାଙ୍କ ଫୋନ ପେ ଆକାଂଉଣ୍ଟ ରୁ ୧୦ ହଜାର ଟଙ୍କାରୁ ଉର୍ଦ୍ଧ ନେଇଯାଇଛନ୍ତି। ପ୍ରାୟ ୬ ଘଣ୍ଟା ଧରି ଦୁର୍ବୁତ୍ତ ମାନେ ରାତିରେ ବସନ୍ତଙ୍କୁ ହାତ ଗୋଡ ବାନ୍ଧି ମାର ପିଟ କରିବା ସହ ଲୁଟ କରିଥିଲେ। ସକାଳୁ ବସନ୍ତ ଘଣ୍ଟାଏ ଧରି ପାଟି କରିବା ପରେ ସାହି ପଡିସା ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଦୁର୍ବୁତ୍ତମାନେ ପୁଲିସ କିମ୍ବା କାହାକୁ ଖବର ଦେଲେ ଜୀବନରୁ ହତ୍ୟା କରିବୁ ବୋଲି ଧମକ ଦେଇଥିବା ଜଣାପଡ଼ିଛି। ଏହି ଖବର ରାୟଗଡା ପୁଲିସ ପାଇବା ପରେ ତଦନ୍ତ ଆରମ୍ଭ କରିଛି।




