ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଉତ୍ତର ବନ ଖଣ୍ଡ ଅଧୀନରେ ଥିବା ମ. ରାମପୁର ବନାଞ୍ଚଳ ପକ୍ଷରୁ ବନାଗ୍ନି ପାଇଁ ସଚେତନତା ସଭା ରେଞ୍ଜ ଅଧିକାରୀ ଅସିତ ଦାଶଙ୍କ ଅଧ୍ୟକ୍ଷତାରେ ଭାଟେଲ ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ନ, ସମ୍ମାନିତ ଅତିଥି ଭାବେ ବିଜେପି ମ.ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ନର୍ଲା ବିଧାୟିକାଙ୍କ ପ୍ରତିନିଧି ସତ୍ୟନାରାୟଣ ସାହୁ, ସେବା ଜଗତ ଅନୁଷ୍ଠାନର ସୁନିତା ତାଣ୍ଡି, ବନପାଳ ଦୀପକ ସା ଯୋଗ ଦେଇ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରିପାରିବେ ଏବଂ ଜୀବ ଜନ୍ତୁଙ୍କ ରକ୍ଷା କିପରି ହୋଇ ପାରିବ, ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ପ୍ରଦୀପ ସାହୁ ପରିଚାଳନା କରିଥିବା ବେଳେ ମଦନପୁର ବନପାଳ ସମ୍ପଦ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ୱାରା ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା।




