ନୀଳ ଆକାଶର ଆଇନା ପରି
ଚମକୁଛି ରୂପସୀ ଚିଲିକା,
ପବନର ସୁରେ ତରଙ୍ଗ ନାଚେ
ମନକୁ କରେ ମନୋହର।
ସକାଳ ସୂର୍ଯ୍ୟ ହସି ଉଠିଲେ
ସୁନାର ଆଲୋକ ଝରି ପଡ଼େ,
ନୀଳ ଜଳରେ ସେ ରଙ୍ଗ ମିଶି
ସ୍ୱପ୍ନର ଚିତ୍ର ତିଆରି କରେ।
ଦୂର ଦେଶରୁ ଆସିଥିବା
ଅତିଥି ପକ୍ଷୀ ଖେଳେ ଏଠି,
ତାଙ୍କର କୁହୁକୁହୁ ମଧୁର ସ୍ୱରେ
ପ୍ରକୃତି ହୁଏ ହସରେ ଭରି।
ତରଙ୍ଗ ଉପରେ ନୌକା ଭାସେ
ଧୀରେ ଧୀରେ ଚାଲି ଯାଏ,
ମାଛ ଧରୁଥିବା ଲୋକଟି
ଆଶାର ଗୀତ ଗାଇଥାଏ।
ପହାଡ଼ ଓ ପବନ ସାଙ୍ଗେ ମିଶି
ସୃଷ୍ଟି କରେ ଏକ ମଧୁର ନୀଳୟ
ରୂପସୀ ଚିଲିକା ଦେଖିଲେ ମନ
ଭୁଲିଯାଏ ସମସ୍ତ ଦୁଃଖ।
ଓଡ଼ିଶା ମାଟିର ଗର୍ବ ସେ
ସୌନ୍ଦର୍ଯ୍ୟର ଅମୂଲ୍ୟ ଧନ,
ରୂପସୀ ଚିଲିକା ନାମ ଶୁଣି
ପ୍ରକୃତି କରେ ନମନ।
କବି- ବିଶ୍ବବିଜୟୀ ଦାଶ
ସମ୍ପାଦକ, ବ୍ରଜବିଳାସ ସାହିତ୍ୟ ପତ୍ରିକା
ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ, ବାଲୁଗାଁ ମହାବିଦ୍ୟାଳୟ
ମୋବାଇଲ ନଂ – 6370208428




