ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ଵିଷମକଟକ (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଵିଷମକଟକ ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ବିଷମକଟକ ସହର ନିବାସୀ ନବୀନ ସନ୍ତୋଷ ରାଏ I ଵିଷମକଟକ ଥାନା ଅଧୀନ ଚାଟିକଣା ପଞ୍ଚାୟତ ହାଡ଼ ଶିଙ୍କୁଳି ଗ୍ରାମର ନଳିନୀ ବିଦ୍ୟା ମନ୍ଦିର ନିକଟ ଏକ ଧାନ କିଆରିରୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ସ୍ଥାନୀୟ ଲୋକେ ଧାନ କିଆରିରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଵିଷମକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ କଣ ଏବଂ ସନ୍ତୋଷଙ୍କ ମୃତଦେହ କିପରି ଆସିଲା ସେ ନେଇ ପୁଲିସ ତଦନ୍ତ ଜାରି ରହିଛି । ପରିବାର ବର୍ଗ ଙ୍କ ଠାରୁ ମିଳିଥିବା ସୁଚନା ଅନୁଯାୟୀ ସନ୍ତୋଷ ଗତ ଦୁଇ ଦିନ ହେଲା କୁଆଡେ ଚାଲି ଯାଇଥିଲେ । ପରିବାର ପକ୍ଷ ରୁ ଖୋଜା ଚାଲିଥିଲା ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ଖବର ପାଇଛନ୍ତି I ଏ ନେଇ ପରିବାର ପକ୍ଷରୁ ବିଷମକଟକ ଥାନାରେ ଏତଲା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.