ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ଭାରସାମ୍ୟ ହରାଇ ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତ କଚା ପାଞ୍ଜୁ ଗ୍ରାମ ନିକଟରେ । ସୂଚନା ଅନୁଯାୟୀ ଗତକାଲି ରାତିରେ ଧାନ ମିଲିଂ କରି ଫେରୁଥିବା ସମୟରେ ନିଜ ଗାଁ ନିକଟରେ ଭାରସାମ୍ୟ ହରାଇ ପିକ୍ ଅପ୍ ଭ୍ୟାନଟି ଦୁର୍ଘଟଣା ଘଟିଥିଲା । ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ମେଡିକାଲରେ ଆଖି ବୁଜିଥିଲେ। ମୃତକମାନେ ହେଲେ ଡ୍ରିଞ୍ଜ ସାରକା ଓ ମଦନ ସାରକା । ଗୁରୁତର ଥିବା ହିମ ସାରକାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି |ଆହତ ଧବଳେଶ୍ୱର ସାରକା,ଅଜିତ ସାରକା ଓ ନବୀନ ସାରକା ବିଷମକଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ତିନିଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିବା ଜଣାପଡିଛି । ଖବର ପାଇ ବିଷମକଟକ ପୁଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି ।




