ବାନ୍ଦୁପଲା କ୍ଲଷ୍ଟର ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ମୁରିବାହାଲ ବ୍ଳକ ଜାମପଦର ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ବାନ୍ଦୁପଲା କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ମୂଖ୍ୟ ବକ୍ତା ଲିଲୁ ପଧାନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାନ୍ଦୁପଲା, ସମ୍ମାନୀତ ଅତିଥି ପ୍ରଦ୍ୟୁମ୍ନ ପଣ୍ଡା ଅବସର ପ୍ରାପ୍ତ ଶିକ୍ଷକ ଟିକ୍ରାପଡା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ମନୁ ଭୋଇ ଅବସରପ୍ରାପ୍ତ ଶିକ୍ଷକ ଚଲକି, ଧର୍ମେନ୍ଦ୍ର କୁମାର ମାଝୀ ପ୍ରଧାନ ଶିକ୍ଷକ ଖୁଜେନପାଲି । ଏହି ଅବସରରେ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରର ଶିକ୍ଷକ ଅର୍ଜୁନ ଭୋଇ, ଶୁଶିଲ କୁମାର ଭୋଇ, ଋଷବ ଭୋଇ, କାହ୍ନୁ ଚରଣ ସେଠିଆ, ନନ୍ଦି କିଶୋର ଭୋଇ, ମହେନ୍ଦ୍ର କୁମାର ମାଝୀ, ଉଦୟ ଭାନୁ ସାହୁ, ନିମାନନ୍ଦ ଖମାରୀ, ଶୁଭ ରାଜ ବଗର୍ତ୍ତି, ଜ୍ୟୋତିରଞ୍ଜନ ବର୍ଗେ, କୃପାସିନ୍ଧୁ ଜେନା, ଯୁଧିଷ୍ଠିର ଗହୀର, ହେମନ୍ତ ଛତ୍ରିଆ, ଅନିଲ ପ୍ରଧାନ, ବୈକୁଣ୍ଠ ମେହେର, ହେମନ୍ତ ଭୋଇ, ପ୍ରକାଶ ପ୍ରଧାନ ଉପସ୍ଥିତ ଥିବାବେଳେ ଶିକ୍ଷୟିତ୍ରୀ ସବିତା ମାଝୀ, ସବିତା ପ୍ରଧାନୀ, ଆରତୀ ସିଂ ବରିହା, ଦିବ୍ୟ କାନ୍ତି ଭୋଇ, ଭାରତୀ କଟା, ରିତୁ ଭୋଇ, ସୌଦାମିନୀ ରାଜପଲିଆ, ଅତିଥିମାନଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସହଯୋଗ କରିଥିଲେ ଉମେଶ ମାଝୀ, ଜଗମୋହନ ରାଉତ, ‌ଜିତେନ୍ଦ୍ର କୁମାର ନାଗ ମହୋଦୟ । ମଞ୍ଚ ପରିଚାଳନା କରିଥିଲେ ଭୋଜରାଜ ପ୍ରଧାନ | ଅତିଥି ମାନଙ୍କ ଅଭିଭାଷଣ ପରେ ବିଦାୟୀ ଶିକ୍ଷକ କୁଞ୍ଜବିହାରୀ କୁଅଁର ତାଙ୍କର ଦୀର୍ଘ ତିନି ଦଶନ୍ଧି ର ଅଙ୍ଗେ ନିଭାଇଥିବା କଥା ଅଭିବ୍ୟକ୍ତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବଳରାମ ତ୍ରିପାଠୀ, ଶିକ୍ଷକ, ଯଇଁନ୍ତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.