ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ‘ଶିଖର-୨୦୨୬’ ପ୍ରାନ୍ତିୟ ଅଧିବେଶନ

• ନୂତନ ଅଧ୍ୟକ୍ଷ ସୁବାଷ ଅଗ୍ରୱାଲଙ୍କ ଶପଥ ପାଠ

• ରୁପ୍ରାରୋଡର ଅନିଲ ଅଗ୍ରୱାଲଙ୍କ ସମେତ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୨୧ ସାମ୍ବାଦିକ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ (ୟୁପିଏମ୍ଏସ) ପ୍ରାନ୍ତୀୟ ଅଧିବେଶନ ‘ଶିଖର-୨୦୨୬’ ରବିବାର ଦିନ ସମ୍ବଲପୁର ସ୍ଥିତ ହୋଟେଲ ରିଭର ଇନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ପ୍ରାଦେଶିକ ଅଧ୍ୟକ୍ଷ ଦୀନେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀ ସମ୍ବଲପୁର ଶାଖାର ଆତିଥ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ସମ୍ମାନିତ ଅତିଥି ଭାବେ ବରଗଡ ଲୋକସଭା ସାଂସଦ ପ୍ରଦିପ ପୁରୋହିତ ଯୋଗ ଦେଇଥିଲେ। ଅତିଥି ଗଣ ‘ବିକଶିତ ଭାରତ ବିକଶିତ ସମାଜ ଦ୍ୱାରା ସମ୍ଭବ’ ବୋଲି ଉଦବୋଧନ ଦେଇଥିଲେ।

ତୃତୀୟ ଅଧିବେଶନରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ପ୍ରାନ୍ତୀୟ ସମ୍ପାଦକ ଦିନେଶ ଅଗ୍ରୱାଲ ବିବରଣୀ ପାଠନ କରି ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ସମାଜକୁ ଜାଗ୍ରତ କରିବା ବୋଲି ପ୍ରକାଶ କରିଥିଲେ। ଗତ ଦୁଇ ବର୍ଷରୁ ଚାଲିଆସୁଥିବା ସାମାଜିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ କରାଯାଇଥିଲା। ଗତ ଶୀତ ଋତୁରେ ନିଃସହାୟ ଙ୍କୁ ବଣ୍ଟାଯାଇଥିବା କମ୍ବଳ ବିଷୟରେ ଆଲୋଚନା କରିଥିଲେ। ଶାଢି ଵ୍ୟାଙ୍କ ସ୍ଥାପନ କରାଯାଇଛି ଯାହାକି ଆଗାମୀ ଦିନରେ ଏହାର ବିସ୍ତାର କରାଯିବ ବୋଲି ପ୍ରକାଶ ପାଇଥିଲା। ପ୍ରାଦେଶିକ ମାରୱାଡି ସମ୍ମେଳନ ଦ୍ୱାରା ସେବା ଯୋଗାଇ ଦିଆଯାଉଥିବା ଗୋଶାଳା ନିର୍ମାଣ, ଥଣ୍ଡା ପାଣି ଅମୃତଧାରା, ଡେଡ ବଡି କେରିୟର, ଏମ୍ବୁଲେନ୍ସ ସେବା , ସହିତ ଧର୍ମ ଶାଳା ନିର୍ମାଣ, ରକ୍ତଦାନ ଶିବିର ଅନୁଷ୍ଠିତ କରିବା କାର୍ଯ୍ୟ ଯୋରସୋରରେ କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଛି।

ଏହି ଅବସରରେ ରାଜ୍ୟର ୨୧ଜଣ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରୁପ୍ରାରୋଡ ସମ୍ବାଦ ପ୍ରତିନିଧି ଅନିଲ କୁମାର ଅଗ୍ରୱାଲ ଅନ୍ୟତମ। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ନିର୍ବାଚନ ଅଧିକାରୀ ଶ୍ରବଣ କୁମାର ଅଗ୍ରୱାଲଙ୍କ ଦ୍ୱାରା ନବ ନିର୍ବାଚିତ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା। ରୁପ୍ରାରୋଡ ନିବାସୀ ସୁବାଷ ଅଗ୍ରୱାଲ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ନୂତନ ଅଧ୍ୟକ୍ଷ ରୂପେ ଶପଥ ପାଠ କରିଥିଲେ।

ରାଷ୍ଟ୍ରୀୟ ମାରୱାଡି ସମ୍ମେଳନର ଅଧ୍ୟକ୍ଷ ପବନ ଗୋୟଙ୍କା, ପୁରୁଷୋତ୍ତମ ସିଙ୍ଗାନିଆ, ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଶୋକ ଜାଲାନ, ମାରୱାଡି ଯୁବା ମଞ୍ଚର ସଭାପତି ଅଜୟ ଶର୍ମା, ମଧୁ ଶର୍ମା, ମହିଳା ସମିତିର ପ୍ରାନ୍ତିୟ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଦୀପକ ଅଗ୍ରୱାଲ, ଦୀନଦୟାଲ କେଡିଆଙ୍କ ସହିତ ନୂତନ ଅଧ୍ୟକ୍ଷ ତଥା ପୂର୍ବତନ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ସମ୍ପାଦକ ରୁପ୍ରାରୋଡ ନିବାସୀ ସୁବାଷ ଅଗ୍ରୱାଲ ମଞ୍ଚାସୀନ ହୋଇଥିବା ବେଳେ ଖଡିଆଳର ନରେଶ ଅଗ୍ରୱାଲ, ଦୀନେଶ ଅଗ୍ରୱାଲ, ପପୁ ତାୟଲ, ଜୁନାଗଡର ମୁକେଶ ଅଗ୍ରୱାଲ, ଚମ୍ପୁ ଅଗ୍ରୱାଲ, ରୁପ୍ରାରୋଡ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ରୁପ୍ରାରୋଡ ଶାଖାର ସଭାପତି ପ୍ରଦୀପ ଅଗ୍ରୱାଲ, ସମ୍ପାଦକ ସୁମିତ ଅଗ୍ରବାଲ, ସଦସ୍ୟ ଧୀରେନ ଖେତାନ, ମୁକେଶ ଅଗ୍ରୱାଲ, ରାଜକୁମାର ଅଗ୍ରୱାଲ, ରାଧେଶ୍ୟାମ ଖେତାନ, ଶ୍ୟାମସୁନ୍ଦର ଶର୍ମା, ସତ୍ୟନାରାୟଣ ଜୈନ, ବିମଲ କେଡିଆ, ସୁନିଲ ଅଗ୍ରୱାଲ, ବିଜୟ କୁମାର ଅଗ୍ରୱାଲ, ସୁରେଷ ଅଗ୍ରବାଲ, ମହେଷ ଅଗ୍ରୱାଲ, ଲଡୁଗାର ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ରୁପ୍ରାରୋଡ ମହିଳା ମଣ୍ଡଳର ଅଧ୍ୟକ୍ଷା ସସ୍ମିତା ଅଗ୍ରୱାଲ, ଅନିଲ, ସଙ୍ଗୀତା କମାନୀ, ନେହା ଅଗ୍ରୱାଲ, ଭବାନୀପାଟଣାର ସଞୟ ଅଗ୍ରୱାଲ, ବଲାଙ୍ଗୀର ନିର୍ମଲ ଅଗ୍ରୱାଲ, କିଶନ ଅଗ୍ରୱାଲ, ଅନିଲଙ୍କ ସହିତ ଅନେକ ଗଣମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଏଥିରେ ଅନେକ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ।

ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିକାଶ ସୁଲତାନିଆ ସଭା ପରିଚାଳନା କରିଥିବାବେଳେ ଶେଷରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ସଭାପତି ରୁପ୍ରାରୋଡ ନିବାସୀ ସୁବାଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରାୟ ୭୮ ଟି ଶାଖାର ୧୦୦୦ ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.