ଅମାନବୀୟ କାଣ୍ଡ: ଯୁବକକୁ ଜିଭ କାଟି ହତ୍ୟା, ପୋଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କେଗାଁ ଥାନା କଣ୍ଟାମାଲ କୁରସୁଡ଼ ମୁଖ୍ୟ ରାସ୍ତାରେ ଜଣେ ଯୁବକଙ୍କ ହତ୍ୟା ହୋଇଥିବା ସୂଚନା ମିଳିଛି। ତେବେ ଯୁବକକୁ ଜିଭ କାଟି ହତ୍ୟା କରିଥିବା ଜଣାପଡିଛି। ଏଭଳି ଅମାନନୀୟ ଘଟଣାରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଜଣକ କଣ୍ଟା ମାଲ ଗ୍ରାମର ଲକ୍ଷପତି ହଂସ (୨୮)ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷପତି ହଂସ ନିଜ ଶ୍ୱଶୁର ଘର ଘଣ୍ଟସଢାକୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ରାତ୍ର ସମୟରେ ନିଜ ଗାଁକୁ ଫେରୁଥିଲେ। ହେଲେ ଅଭିଯୁକ୍ତ ମାନେ ଫେରିବା ବାଟରେ ଆକ୍ରମଣ କରି ଜିଭ କାଟି ଦେବା ସହିତ ଦେହରେ ଛୁରା ମାଡ଼ କରି ଫେରାର ମାରିଥିଲେ। ସକାଳେ ସ୍ଥାନୀୟ ଲୋକ ରାସ୍ତାକଡରୁ ମୃତକଙ୍କୁ ଉଦ୍ଧାର କରି ପରିବାରକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ବୋର୍ଡା ଡାକ୍ତରଖାନା ଓ ପରେ ଭବାନପାଟଣା ମୁଖ୍ୟ ଡାକତରଖାନାକୁ ନେଇଥିଲେ ହିଁ ସେଠାରେ ତାଙ୍କର ମୃତ୍ୟୁ ହୋଇ ଥିବା ଡାକ୍ତର ଘୋଷଣା କରିଛନ୍ତି। ବର୍ତମାନ କେଗାଁ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଆକ୍ରମଣ ସ୍ଥାନ ଟି ବଲାଙ୍ଗୀର ଜିଲ୍ଲା ସିନ୍ଧେ କେଳା ଥାନା ଅଧୀନରେ ରହିଥିବା ବେଳେ ସୀନ୍ଧେ କେଳା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ହତ୍ୟା କାରି କେଉଁ ପରିସ୍ଥିତି ରେ କଣ ପାଇଁ ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି। ତେବେ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ପୋଲିସ କ୍ରିୟାଶୀଳ ହୋଇ ତଦନ୍ତ ସହ ସଂପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି। ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.