“ଆଦିବାସୀ ଲୋକକଳାକୁ ରୁଦ୍ଧିମନ୍ତ କରିଛି ଉତ୍କଳ ଆଲୁମିନା”  

୧୦ମ ସଂସ୍କରଣ “ଆମ ନୃତ୍ୟ ଆମ ସଂସ୍କୃତି” ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭାତ୍ରା): ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଆମ ନୃତ୍ୟ ଆମ ସଂସ୍କୃତି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉତ୍କଳ ଆଲୁମିନା ସିଏସଆର ବିଭାଗ ଦ୍ଵାରା ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକକଳା ତଥା ସଂସ୍କୃତିକୁ ପ୍ରତିଯୋଗୀମାନେ ମଞ୍ଚସ୍ଥ କରିଥିଲେ। ସ୍ଥାନୀୟ କଳା ସଂସ୍କୃତିକୁ ଉଜ୍ଜୀବିତ ତଥା ଆଦିବାସୀ ଐତିହ୍ୟ, ସଂସ୍କୃତି ଓ ଲୋକକଳାକୁ ମଞ୍ଚ ପ୍ରଦାନ ଏବଂ ସ୍ଥାନୀୟ ଅଞ୍ଚଳ ପ୍ରତିଭାବାନ ଲୁକ୍କାଇତ  କଳାକାରଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଉତ୍କଳ ଆଲୁମିନା ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନ ସ୍ଥାନୀୟ ଅଞ୍ଚଳର ୨୧ଟି ଗ୍ରାମରୁ ଆସିଥିବା ପ୍ରତିଭାନ କଳାକାରଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ଢେମସା ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସିନେମା ଜଗତର ଜଣାଶୁଣା ତଥା ପ୍ରତିଷ୍ଠ କଳାକାର ଅଶ୍ରୁମୋଚନ ମହାନ୍ତି, ଆମ ନୃତ୍ୟ ଆମ ସଂସ୍କୃତି ଆମ ସମାଜର ପରିଚୟ। ଆମେ ନିଜେ ବଞ୍ଚିବାକୁ ହେଲେ ଆମ ସଂସ୍କୃତିକୁ ବଞ୍ଚେଇ ରଖିବା। ଏହି କ୍ରମରେ ଉତ୍କଳ ଆଲୁମିନାର ପ୍ରୟାସ ପ୍ରଶଂସନୀୟ। ସେହିପରି କଳାକ୍ଷେତ୍ରର ଜଣେ ସକ୍ରିୟ ସଦସ୍ୟ ଏବଂ ରାୟଗଡା ମାଟିର ସୁଯୋଗ୍ୟ ସନ୍ତାନ ତଥା ଅଭିଭକ୍ତ କୋରାପୁଟ ଜିଲ୍ଲାର ଜଣେ  ଅତି ପରିଚିତ ବ୍ୟକ୍ତିତ୍ବ ବାସୁଦେବ ମାନବିଶୋଇ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ଯେ, ଉତ୍କଳ ଆଲୁମିନା ସ୍ଥାନୀୟ ଆଦିବାସୀ ଐତିହ୍ୟକୁ ଉଜ୍ଜୀବିତ ରଖିଥିବା ପାଇଁ ଆମ ନୃତ୍ୟ ଆମ ସଂସ୍କୃତି ଭଳି ପ୍ରୟାସ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ସ୍ଥାନୀୟ ଅଞ୍ଚଳର ବିକାଶ ସହ ଅଞ୍ଚଳର ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଉଦ୍ୟମ ପାଇଁ ଉତ୍କଳ ଆଲୁମିନାକୁ ସାଧୁବାଦ ବୋଲି ସେ ପ୍ରକାଶ କରିଥିଲେ।

ଅନୁରୂପ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି ଓ ସିନେ ଅଭିନେତ୍ରୀ ମଧୁସ୍ମିତା ମହାନ୍ତି ମଧ୍ୟ ଉତ୍କଳ ଆଲୁମିନାର ଏଭଳି ପ୍ରୟାସ ପାଇଁ ପ୍ରଶଂସା କରିଥିଲେ। ଏହାପରେ ପର୍ଶ୍ଵସ୍ଥ ଗ୍ରାମାଞ୍ଚଳ ଯଥା, ଲଦିଗୁଡ଼ା, କୋଡ଼ିପରି, ଅଣ୍ଡିରାକଞ୍ଚ, ନରିଂଜୋଡି, ନୂଆଗାଁ, ଡଙ୍ଗାସିଲ, ବାଗ୍ରିଝୋଲା, କୁଚେଇପଦର୍, ଥିଟିବର୍ ଓ ସୋରିସପଦର୍ ଗ୍ରାମରେ କଳାକାର ମାନେ ଆଦିବାସୀ ଢେମସା ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଗୋକୁଳମୁଣ୍ଡା କଳାକାର ମାନେ ପ୍ରଥମ ସ୍ଥାନ ହାସଲ କରିଥିବା ସ୍ଥଳେ ଦ୍ୱିତୀୟ କେ କରଳ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଆରଆର୍ କଲୋନୀ ପ୍ରତିଯୋଗୀ। ଅନ୍ୟପକ୍ଷେ ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ଅତିଥି ଭାବେ ଆଦିତ୍ୟ ରିଫାଇନେରୀ ମୁଖ୍ୟ ମଜହର ବେଗ, ସିଜିମାଳି ଖଣି ମୁଖ୍ୟ ପ୍ରତୀକ କୁମାର ମାନବ ସମ୍ବଳ ମୁଖ୍ୟ ଦୀପକ ମହାନ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ମୁଖ୍ୟ ରବି ନାରାୟଣ ମିଶ୍ର ଉପସ୍ଥିତ ଥିବା ବେଳେ ଅତିଥିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ବେଗ କହିଛନ୍ତି ଯେ, ଆଦିବାସୀ ସଂସ୍କୃତିକୁ ଲୋକଲୋଚନକୁ ଆଣିବାରେ ଆମ ନୃତ୍ୟ ଆମ ସଂସ୍କୃତି କାର୍ଯ୍ୟକ୍ରମ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସିଏସଆର ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ସେ ଭୂୟୁସି ପ୍ରଶଂସା କରିଥିଲେ। ଅନୁରୂପ ଭାବେ ୟୁନିଟ୍ ମୁଖ୍ୟ ରବିନାରାୟଣ ମିଶ୍ର ସଭାରେ ଉଦବୋଧନ ଦେଇ କହିଥିଲେ, ଆମ ନୃତ୍ୟ ଆମ ସଂସ୍କୃତି କେବଳ ଉତ୍ସବ ନୁହେଁ ଏହା ମହତ୍ସବରେ ପରିଣତ ହୋଇଛି। ଅଞ୍ଚଳର ଲୁକ୍କାଇତ ପ୍ରତିଭାକୁ ଲୋକଲୋଚନକୁ ଆଣିବା କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ। ବଣମଲ୍ଲି ବଣରେ ନରହି ଲୋକଲୋଚନକୁ ଆସି ନିଜ ପ୍ରତିଭା ଜରିଆରେ ଅଞ୍ଚଳକୁ ସୁନାମ ଆଣିବେ। ସିଏସଆର ଟିମର ଏପରି ପ୍ରୟାସ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶୀ ସମେତ ରାଜସ୍ଥାନର ଲୋକ କଳାକାର କଲବେଲିଆ, ମିଜୋରାମ କଳାକାର ଚେର ଓ ମହାରାଷ୍ଟ୍ରରୁ ଆସିଥିବା ଲୋକ କଳାକାର ମାନେ ଲାବଣୀ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ସି ଏସ ଆର ମୁଖ୍ୟ ଲୋପାମୁଦ୍ରା ମିଶ୍ରଙ୍କ ପ୍ରତେକ୍ଷା ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ପ୍ଲାଣ୍ଟ ସି ଏସ ଆର ମୁଖ୍ୟ ଦିଗନ୍ତ ମହାନ୍ତି ଓ ଟିମ୍ ସହଯୋଗ କରିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକପ୍ରତିନଧି ତଥା କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ଵତୀ ମାଝୀ ଉପସ୍ଥିତ ଥିବା ବେଳେ କାରଖାନାର ବରିଷ୍ଠ କର୍ମକର୍ତ୍ତା ନାରାୟଣ ମିତ୍ର, ମ୍ରିନ୍ମୟ ମଣ୍ଡଳ, ପିତାମ୍ବର ବେହେରାଙ୍କ ସମେତ ଅନ୍ୟମାନେ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.