ଭାମଶ୍ୟାଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡଃ. କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ବୁଗୁଡ଼ା ବ୍ଳକ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଶ୍ରୀ ତାପସ ରାଉତ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚିନ୍ମୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ଗବେଷକ ତଥା ଇଣ୍ଡିଆ ସେବା ସଂସ୍ଥାର ନିର୍ଦ୍ଦେଶକ ଡ଼ଃ କୁମୁଦ ଚନ୍ଦ୍ର ବେହେରା, ସି.ଆର.ସି.ସି ଶ୍ରୀମତୀ ସୁନିତା ପାଣିଗ୍ରାହୀ, ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ ବିଶ୍ୱାଳ, ସମିତି ସଭ୍ୟା ଶ୍ରୀମତୀ ଗାୟତ୍ରୀ ପ୍ରଧାନ, ନାଏବ ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନାହାକ ଓ ୱାର୍ଡ ମେମ୍ବର ଉମା କାନ୍ତ ବଢ଼େଇ ଯୋଗ ଦେଇ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ବିକାଶ, ଶାରୀରିକ ଓ ମାନସିକ ତଥା ଆତ୍ମିକ ଉନ୍ନତି ସମ୍ପର୍କ ରେ ଦୃଷ୍ଟିପାତ କରିଥିଲେ। ଅତିଥି ମାନଙ୍କ ଦ୍ଵାରା କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ଭବ୍ୟ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ପରିବେଶ ମୁଖରିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବାସୁଦାସ ପ୍ରଧାନ, ସତ୍ୟ ନାରାୟନ ସାହୁ , ଗୀତାଞ୍ଜଳି ପାତ୍ର ଓ ସୁବଳ କହଁର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନ ପତ୍ର ପ୍ରଦାନ କରାଯାଇଥିଲା। ସହକାରୀ ଶିକ୍ଷକ ଶ୍ରୀ ପୀତବାସ ସାହୁ ଅତିଥି ପରିଚୟ ପ୍ରଦାନ କଲା ବେଳେ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସମୂହ ସହଯୋଗ ପୂର୍ବକ ଉତ୍ସବକୁ ସମୃଦ୍ଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.