ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କ ତତ୍ୱାବଧାନରେ ଏନ ଆଇ ଏଲ ପି ଦ୍ୱାରା ପୌଢ ମାନଙ୍କୁ ନେଇ ଏକ ବାର୍ଷିକ ପରୀକ୍ଷା ସକାଳ ୯ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ସମାପନ ହୋଇଥିଲା। କେନ୍ଦ୍ରସରକାରଙ୍କ ଦ୍ୱାରା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ତଥା ଉଲ୍ଲାସ ସ୍କିମ ଜରିଆରେ ଭି. ଟି. ମାନଙ୍କ ଦ୍ୱାରା ନିରକ୍ଷରତା ଲୋପ କରିବା ନିମନ୍ତେ ଗତ ୨୦୨୨ରୁ ଏକ ପାଞ୍ଚବାର୍ଷିଆ ଅଭିଯାନ ଆରମ୍ଭ କରାଯାଇଛି। ସାକ୍ଷାରତା ସପ୍ତାହ ପାଳନ ଆବସରରେ ଗାଁ ପରିକ୍ରମା କରି ପୋଷ୍ଟର, ପ୍ଲା କାର୍ଡ, ବେନର ଆଦି ଧରି ସଚେତନ ରାଲି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦୨୭ ରେ ଶେଷ ହେବ। ବାଲ୍ୟ ସମୟରୁ ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଥିବା ପୌଢ ମାନଙ୍କୁ ସାକ୍ଷର କରିବା, ସେମାନଙ୍କ ଦକ୍ଷତା ବୃଦ୍ଧି କରି ଜୀବନଯାପନ ଶୈଳୀ କୁ ଉନ୍ନତ କରିବା ଓ ଉଚ୍ଚ ଶିକ୍ଷା ହାସଲ ନିମନ୍ତେ ପ୍ରୋତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ଚିଆଁପଦର, ଅର୍ଜୁନଗାଁ, ଟୋଲବ୍ରାହ୍ମଣୀ, ଗୋଖରା ଓ ସାନଗୁଣ୍ଡୁରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟ ପରୀକ୍ଷା କେନ୍ଦ୍ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି, ହେମସାଗର ମହାନନ୍ଦ, ଜିଲ୍ଲା ନୋଡାଲ ଅଧିକାରୀ, କଳାହାଣ୍ଡି (ଏନଆଇଏଲପି) ହରିଶ୍ଚନ୍ଦ୍ର ମୁଣ୍ଡ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ଭବାନୀପାଟଣା ହୃଷିକେଶ ନାଏକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ବି ଆର.ସି.ସି. ନର୍ଲା ଗୋବର୍ଦ୍ଧନ ମାଝୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ନର୍ଲା ସୁଢଳଦେବ ମୁଣ୍ଡ ଓ ଅବସର ଳପ୍ରାପ୍ତ ଏ.ବି. ଇ.ଓ. ସୂର୍ଯ୍ୟଦେବ ବାଗ ତଥା ସରିଆଁ ସି. ଆର.ସି. ସି. ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ପରିଦର୍ଶନରେ ଆସି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିଲେ। ଏଥିରେ ବିଦ୍ୟାଳୟ ର ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଏହି ଜାତୀୟ କାର୍ଯ୍ୟକ୍ରମକୁ ସଫଳ କରିବା ସହ ଗାଁକୁ ସମ୍ପୂର୍ଣ୍ଣ ସାକ୍ଷର କରିବାରେ ପ୍ରୟାସ ଜାରିରଖିବାକୁ କହିଥିଲେ।




