ମାର୍ଚ୍ଚ ୨୮ ଓ ୨୯ ନର୍ଲାରେ ହେବ ନବମ ଯାଦବ ମହାସଭା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇଦିନ ଧରି ନର୍ଲା ଠାରେ ନବମ ଯାଦବ ମହାସଭା ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ନର୍ଲା ଯାଦବ ଭବନଠାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରଥମ ଦିବସରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଦ୍ବିତୀୟ ଦିବସ ପୂର୍ବାହ୍ନରେ ନର୍ଲା ବୁଢ଼ାରଜା ମନ୍ଦିର ଠାରୁ ଯାଦବ ଭବନ ମଞ୍ଚ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବାଦ୍ୟବୃନ୍ଦ ସହ ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି ପ୍ରଦର୍ଶିତ ହେବ। ମଞ୍ଚ ପୂଜନ ପରେ ନବମ ଯାଦବ ମହାସଭା ଆରମ୍ଭ ହେବ। ଏଥିରେ ଜିଲ୍ଲାର ହଜାର ହଜାର ଯାଦବ ସମବେତ ହେବେ। ଏହି ମହାସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ଜିଲ୍ଲାର ସମସ୍ତ ବ୍ଲକ, ପୌରପାଳିକା ଓ ଏନଏସି ସହଯୋଗ କରୁଥିବା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ ଓ ସାଧାରଣ ସମ୍ପାଦକ ତ୍ରିପୁରା ନାଏକ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.