ବୁଗୁଡ଼ାରେ ମା ଦଣ୍ଡ କାଳୀ ଯାତ୍ରା ଉପଲକ୍ଷେ ପବିତ୍ର ଶୁଭ ଖୁଣ୍ଟି ସ୍ଥାପନ

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ. କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ାରେ ଦଣ୍ଡକାଳୀଙ୍କ ଯାତ୍ରା ଉତ୍ସବ ପାଇଁ ମା ମହାମାୟୀ ନାଟ୍ଯ ସଂଘ ତରଫରୁ ରବିବାର ଦିନ ମୀନ ସଂକ୍ରାନ୍ତି ଅବସରରେ ବୁଗୁଡ଼ା ବଡଦାଣ୍ଡରେ ପବିତ୍ର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପ୍ରଥମେ ମା କାଳୀ ମନ୍ଦିରରେ ଶୁଭ ଖୁଣ୍ଟି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ସେଠାରୁ ମହାମାୟୀ ନାଟ୍ଯ ସଂଘର ସଭାପତି କେଦାରନାଥ ମହାରଣାଙ୍କ ତତ୍ତ୍ବାବଧାନରେ ସଦସ୍ୟଗଣ ଶୁଭ ଖୁଣ୍ଟିକୁ ଧାରଣ କରି ବାଦ୍ଯ ବାଜଣା ସହ ଏକ ଶୋଭାଯାତ୍ରାରେ ପରିକ୍ରମଣ କଲାପରେ ସ୍ଥାନୀୟ ବଡଦାଣ୍ଡରେ ବିରାଜମାନ ଠାକୁର ଶ୍ରୀ ବଳଦେବ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୁଣି ପୂଜା କାର୍ଯ୍ୟ ସଂପାଦନ କଲାପରେ ଠାକୁରଙ୍କ ଆଜ୍ଞାମାଳ ଅଣାଯାଇ ଥିଲା। ତାପରେ ମନ୍ଦିର ସମ୍ମୁଖ ବଡଦାଣ୍ଡରେ ପୂଜକ ରମେଶ ଚନ୍ଦ୍ର ପାଣିଙ୍କ ଦ୍ବାରା ପୂଜା ପାଠ ହେଲାପରେ ବାଦ୍ଯ ବାଜଣା ସହ ପବିତ୍ର ଶୁଭ ଖୁଣ୍ଟିକୁ ସ୍ଥାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ମହାପାତ୍ର, ଆଲୋକ କୁମାର ଦାଶ, ସୁଜନ କୁମାର ଦାଶ, ସୁନୀଲ କୁମାର ନାୟକ, ଶରତ ଚନ୍ଦ୍ର ମହାରଣା, ସୁଦର୍ଶନ ନାୟକ, କୈଳାସ ଚନ୍ଦ୍ର ପ୍ରଧାନ, ଦୁଃଖା ପାତ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ରଙ୍କନିଧି ବିଷୋୟୀ, ରାଜେନ୍ଦ୍ର କୁମାର ଦଳେଇ, ବସନ୍ତ କୁମାର ଦଳେଇ, ଧନୁ ଦଳେଇ, ମନୋଜ କୁମାର ଦାଶ, ଜି ପ୍ରଦ୍ୟୁମ୍ନ କୁମାର ପାତ୍ର, ବଳରାମ ସେଠୀ, ବିଦ୍ୟାଧର ନାୟକ, ବଣୁଆ ନାୟକ, ବୀଣାକାର, ଢୋଲିଆ, ମହୁରିଆ, ଝାଞ୍ଜ ବଜାଳି ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.