ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଟି ଶିକ୍ଷା ବିଭାଗ ୧୩ଗୋଟି କ୍ଳଷ୍ଟର ଳର ୧୬୫ ବିଦ୍ୟାଳୟରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଶିକ୍ଷା ବିଭାଗ ଦ୍ୱାରା ପୂର୍ବରୁ ଚି଼ହ୍ନଟ ହୋଇଥିବା ନିରକ୍ଷର ମହିଳା ପୁରୁଷ ଏଥିରେ ଭାଗନେଇ ୨ ଘଣ୍ଟା ସମୟ ଧରି ପରୀକ୍ଷା ଦେଇଥିଲେ | ସର୍ବମୋଟ ୧୧୦୦ ଜଣ ପରୀକ୍ଷା ଦେଇଥିବା ବେଳେ ପୁରୁଷ ୪୫୦ ଓ ମହିଳା ଙ୍କ ସଂଖ୍ୟା ୬୫୦ ରହିଥିଲା | ଏହା ରାଜ୍ୟ ସରକାରଙ୍କ ୨୦୨୨/୨୩ ଶିକ୍ଷା ବର୍ଷ ରୁ ଆରମ୍ଭ କରାଯାଇ ନିରାକ୍ଷର ବ୍ୟକ୍ତି ବିଶେଷ ଙ୍କୁ ସାକ୍ଷର କାରାଯାଇ ସମାଜର ମୁଖ୍ୟ ସ୍ରତରେ ସାମିଲ ନିମନ୍ତେ ସାମାଜିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଲ୍ଲାସ ରେ ନାମିତ ଏକ ସୁନ୍ଦର ପ୍ରୟାସ ଅଟେ | ଏହାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ତଥା ବ୍ଲକ ଶିକ୍ଷା ଅଧିକାରୀଣୀ ଶାନ୍ତିଲତା ମୁନିଙ୍କ ତତ୍ୱାବଧାନରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ସେଠି ଓ ସମସ୍ତ ୧୩ ଜଣ ସିଆରସିସି ଉପସ୍ଥିତ ରହି ସମ୍ପାଦନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.