ଖପ୍ରାଖୋଲ ବ୍ଲକର ବିଭିନ୍ନ ସ୍ଥାନରେ ମୌଲିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା

ଓଡ଼ିଆ ବାର୍ତ୍ତା/ ଖପ୍ରାଖୋଲ: କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଉଲ୍ଲାସ- ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ମୌଲିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା କାର୍ଯ୍ୟକ୍ରମ ଖପ୍ରାଖୋଲ ବ୍ଲକ ଳର ୧୪ ଟି କ୍ଲଷ୍ଟର ଅଧିନସ୍ତ ୧୪୧ ଟି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇ ଳଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ରୁ ପ୍ରାୟ ୧୧୦୦ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ବିଇଓ ଅଭିନବ ମିଶ୍ର ଓ ନୋଡାଲ ଅଫିସର ଏବିଇଓ ତଥା ବିଆରସିସି ରୁଦ୍ରଦେବ ଷଡଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ପୂର୍ବ ପ୍ରସ୍ତୁତି, ପ୍ରଶ୍ନପତ୍ର ବଣ୍ଟନ, ପରୀକ୍ଷା ପରିଚାଳନା, ପର୍ଯ୍ୟବେକ୍ଷଣ ସୂଚାରୁ ଭାବେ ସମ୍ପନ୍ନ ହୋଇଥିଲା । ପ୍ରକାଶ ଥାଉ କି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧିନରେ ୧୫ ବର୍ଷ ରୁ ଉର୍ଦ୍ଧ୍ବ ଅଣସାକ୍ଷର ବ୍ଯକ୍ତିଙ୍କୁ ସର୍ଭେ ମାଧ୍ଯମରେ ଶିକ୍ଷକ / ଶିକ୍ଷୟିତ୍ରୀ ମାନେ ଚିହ୍ନଟ କରିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଉଲ୍ଲାସ ପାଠ୍ୟ ପୁସ୍ତକ ଦିଆଯାଇ ଶିକ୍ଷାଦାନ କରାଯାଇଥିଲା। । ସେମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ ସମ୍ମନ୍ଧିତ ଶିକ୍ଷା ଦାନ କରାଯାଇ ଏଇ ପରୀକ୍ଷା କରାଯାଇଥିଲା । ନୋଡାଲ ଅଫିସର ରୁଦ୍ରଦେବ ଷଡଙ୍ଗୀ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ଏଥିରେ ସମସ୍ତ ସିଆରସିସି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.