ଢେଙ୍କାନାଳର ପାରମ୍ପରିକ କଣ୍ଢେଇ ନାଚର ସୁରକ୍ଷା ପାଇଁ ଦାବି ଜଣାଇଲେ ଐତିହ୍ୟ ପଦଯାତ୍ରୀ ଦଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଗତ ୧୫ ତାରିଖରେ ଆୟୋଜିତ ୩୫ତମ ଢେଙ୍କାନାଳ ହେରିଟେଜ୍ ୱାକ୍ ଅବସରରେ ରାଇଡିହି ଗ୍ରାମର ପ୍ରାଚୀନ କଣ୍ଢେଇ ନାଚ ପରମ୍ପରା ଉପରେ ଆଲୋକପାତ କରାଯାଇଛି। ଡିଏଚ୍‌ଡବ୍ଲ୍ୟୁର ସଂଯୋଜକ ସୁରେଶ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୩୦ ଜଣ ଐତିହ୍ୟପ୍ରେମୀ ଏହି ଗ୍ରାମ ପରିଦର୍ଶନ କରିଥିଲେ। ୧୯୫୨ ମସିହାରେ ଶତ୍ରୁଘ୍ନ ଜେନା ଓ ବଂଶୀଧର ଧଳ ଗଞ୍ଜାମରୁ ପ୍ରେରଣା ପାଇ ଏହି କଳାକୁ ରାଇଡିହିରେ ଆରମ୍ଭ କରିଥିଲେ। ବର୍ତ୍ତମାନ ଗ୍ରାମରେ ୧୭ଟି କଣ୍ଢେଇ ନାଚ ଦଳ ସକ୍ରିୟ ଥିବାବେଳେ ପ୍ରତ୍ୟେକ ଦଳରେ ୮-୧୦ ଜଣ କଳାକାର ଅଛନ୍ତି। ତଥାପି ଆର୍ଥିକ ସମସ୍ୟା ଓ ନୂତନ ପିଢ଼ିର ଅନାଗ୍ରହ ଯୋଗୁଁ ଏହି ପ୍ରାଚୀନ କଳା ଧୀରେ ଧୀରେ ଅସ୍ତିତ୍ୱ ସଙ୍କଟରେ ପଡ଼ିଛି। ଏହାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରାଇଡିହିକୁ ‘ହେରିଟେଜ୍ ପପେଟ୍ ଭିଲେଜ୍’ ଭାବେ ଘୋଷଣା କରିବାକୁ ସ୍ଥାନୀୟ ଲୋକ ଓ ହେରିଟେଜ୍ ୱାକ୍ ଆୟୋଜକମାନେ ଦାବି କରିଛନ୍ତି। ଏ ଦିଗରେ ସରକାରଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡିଥିବା ବେଳେ ଐତିହ୍ୟ ସୁରକ୍ଷା ଦିଗରେ ଐତିହ୍ୟ ପଦଯାତ୍ରୀ ଦଳ ଦାବି ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.