ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜ୍ଞାନ ପ୍ରସାର, ବିଜ୍ଞାନ ଏବଂ ପ୍ରଯକ୍ତିବିଦ୍ୟା ବିଭାଗ, ଭାରତ ସରକାରଙ୍କ ଅଧୀନରେ ଥିବା ଡକ୍ଟର କଲାମ ବିଜ୍ଞାନ କ୍ଲବ, ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅନୁସନ୍ଧାନ ସଂଗଠନ ତଥା ନାସାର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିବା ଗ୍ରହାଣୁ ସନ୍ଧାନ ଅଭଯାନରେ ବିଭିନ୍ନ ରାଜ୍ୟରେ ୧୩ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶାର ପଠାଣି ସାମନ୍ତ ବିଜ୍ଞାନ କ୍ଲବ, ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟ ନର୍ଲାରୋଡର ୨୧ ଜଣ ଛାତ୍ର ଛାତ୍ରୀ ଭାଗନେଇ ଥିଲେ। ଛାତ୍ରଛାତ୍ରୀମାନେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ଠାରୁ ତାଲିମ ଗ୍ରହଣ କରିଥିଲେ। ଅନ୍ୟ ଦଳ ମାନଙ୍କୁ ସହଯୋଗୀ ଜାତୀୟ ସଂଯୋଜକ ପ୍ରିୟଙ୍କା ବେହେରା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ତେରଟି ଦଳ ଗୋଟିଏ ପ୍ରାଥମିକ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଏହି ଅଭିଯାନକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିସ୍ତାର କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିକାଶ ପାଇଁ ଜାତୀୟ ସଂଯୋଜକ ନିରଞ୍ଜନ ବେହେରାଙ୍କ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି।




