ବାଲେଶ୍ବରର ବରିଷ୍ଠ ସାମ୍ବାଦିକ ମିହିର ମହାପାତ୍ରଙ୍କ ପରଲୋକ: ସହରରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଭାବେ ପରିଚିତ ମିହିର ମହାପାତ୍ରଙ୍କର ମଙ୍ଗଳବାର ଦିନ ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି।ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶିବଦାସ କୁଣ୍ଡୁ, ଦୀପ୍ତା କୁଣ୍ଡୁ, ଅଭିଷେକ କୁଣ୍ଡୁ, କୌଶିକ କର ପ୍ରମୁଖ ଶେଷଯାତ୍ରାରେ ସାମିଲ ହୋଇଥି‌ଲେ। ତାଙ୍କର ସାନଝିଅ ମେଘାଜ୍ୟୋତି ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ‘ବାଲେଶ୍ବର ଦିବଂଗତ ସାମ୍ୱାଦିକ ସ୍ମୁତି କମିଟି’ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାରେ ବାଲେଶ୍ବର କେବଳ ଜଣେ ଅଭିଜ୍ଞ ସାମ୍ବାଦିକ ନୁହେଁ, ଜଣେ ଭଲମଣିଷଙ୍କୁ ହରାଇଲା ବୋଲି ମତପ୍ରକାଶ ପାଇଛି। ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ରଞ୍ଜନ କୁମାର ବାଗ, ସମୀର ଅଚାର୍ଯ୍ୟ, ଲକ୍ଷ୍ମୀନାରାୟଣ ମହାନ୍ତି, କିଶୋର ଦାସ, ବଂଶୀଧର ଜେନା, ରାଜେନ୍ଦ୍ର ପଟ୍ଟନାୟକ, ରିତେନ୍ଦ୍ର ଛାଟୋଇ, ରମଣୀରଂଜନ ଦାସ, ଆଲୋକ ବାରିକ, ଅଜିତ ମହାନ୍ତି, ମନୋଜ କୁମାର ବିଶ୍ୱାଳ, ହରିଶଙ୍କର ଜେନା, ଅରୂପ ନାରାୟଣ ମହାନ୍ତି, ବିନାୟକ ମହାପାତ୍ର, ନାରାୟଣ ଚନ୍ଦ୍ର ପ୍ରଧାନ, ମାନସ କୁମାର ଦତ୍ତ, ରବି ରାଉତ, ଶିବଦାସ କୁଣ୍ଡୁ, ସନ୍ଦୀପ୍ତ ଦାସ, ସୃଷ୍ଟିଧର ପରିଡ଼ା, ନିର୍ମାଲ୍ୟ ମହାନ୍ତି, ଉଜ୍ଜ୍ୱଳ ଚନ୍ଦ୍ର କର, ଅଭୟ କୁମାର ଦାସ, ରତିକାନ୍ତ ପାତ୍ର, କଳିଙ୍ଗ ସାହୁ, ଧୀରଜ କୁମାର ଦାସ, ସୀତାରାମ ପାତ୍ର, ବଂଶୀଧର ଦଳାଇ, ମଲ୍ଲିକ ରିଜୱାନ୍‌, ଅଜିମ ବାଲେଶ୍ଵରୀ, ପଦ୍ମଲୋଚନ ଦତ୍ତ, ସମ୍ବିତ କୁମାର ବେହେରା, କମଳାକାନ୍ତ ନାୟକ, ଲୋକନାଥ ପିରି, ଭଗବାନ ଚନ୍ଦ୍ର ଦାସ, ଶିବଶଙ୍କର ଭୋଇ, ସୁରେନ୍ଦ୍ର ମୋହନ ଜେନା, ଶରତ କୁମାର ବାରିକ, ପୂର୍ଣ୍ଣଚନ୍ଦ୍ର ବେହେରା, ତ୍ରିଲୋଚନ ମହାନ୍ତି, ଗଗନ କୁମାର ସେଠୀ, ଦେବବ୍ରତ ପାଣିଗ୍ରାହୀ, ସୁଶାନ୍ତ କୁମାର ଦାସ, ମହେଶ୍ବର ପ୍ରଧାନ, ସର୍ବେଶ୍ୱର ଦାସ, ଅର୍ଦ୍ଧେନ୍ଦୁ କୁମାର ମିଶ୍ର, ତପନ କୁମାର ଦାସ, ଜୀବନ ନାୟକ, ଆଶୁତୋଷ ମଲ୍ଲିକ, ପ୍ରସନ୍ନଜିତ୍ ଆଶ୍‌, ଗଙ୍ଗାଧର ରାଉତ, ହାଇଦର ଖାନ୍, ସେଖ୍‌ ନଜିମ, ହିଂମାଶୁ କୁମାର ଦାସ, ସଂଯୁକ୍ତାରାଣୀ ବେହେରା, ରାଜକିଶୋର ବେହେରା, ଅପର୍ଣ୍ଣା ମହାପାତ୍ର, ଭବେଶ ପାଣିଗ୍ରାହୀ, କଞ୍ଜମଣି ସ୍ବାଇଁ, ଉବାଚକ ମହାନ୍ତି, ବ୍ରହ୍ମାନନ୍ଦ ସ୍ବାଇଁଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଏହି ଶୋକସଭାରେ ଯୋଗ ଦେଇ ଶୋକ ପ୍ରକାଶ କରିଥିଲେ। ସ୍ବର୍ଗତ ଦାସ ବାଲେଶ୍ବରର ଜଣେ ଚିହ୍ନାମୁହଁ ଥିଲେ। ସେ ଗୋପାଳଗାଁର ପୂର୍ବତନ କାଉନ୍‌ସିଲର ଥିଲେ। ଖାଲି ଜଣେ ଅଭିଜ୍ଞ ସାମ୍ବାଦିକ ନୁହେଁ, ଜଣେ ଦକ୍ଷ ଖେଳାଳି, ସଂଗଠକ, ସମାଜସେବୀ, ଅନୁଷ୍ଠାନପ୍ରେମୀ ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ‌ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେଉଥିଲେ। ସେହିପରି ଗୋଟିଏ ସମୟରେ ସେ କଂଗ୍ରେସର ଜଣେ ଆଗଧାଡ଼ିର ନେତା ମଧ୍ୟ ଥିଲେ। ରାଜୀବ ଗାନ୍ଧୀଙ୍କ ନାମରେ ସେ ଏକ ସ୍କୁଲ ପ୍ରତିଷ୍ଠା କରିଥିଲେ। ଏହାସହିତ ସେ ବାଲେଶ୍ବର ଜିଲ୍ଲା କ୍ରୀଡ଼ାସଂଘର ବରିଷ୍ଠ ସଦସ୍ୟ ଥିଲେ। ତାଙ୍କ ପତ୍ନୀ ପ୍ରାଧ୍ୟାପିକା ମିତ୍ରା ପାଲ୍ ମହାପାତ୍ର ନିକଟରେ ବାଲେଶ୍ବର ମହିଳା କଲେଜରୁ ଅବସର ନେଇଛନ୍ତି। ତାଙ୍କ ବଡ଼ଭାଇ ସ୍ବର୍ଗତ କଳିଙ୍ଗ ମହାପାତ୍ର ବାଲେଶ୍ବର କ୍ରୀଡ଼ାସଂଘର ଜଣେ ବରିଷ୍ଠ ସଦସ୍ୟ ଥିଲେ। ତାଙ୍କ ପରଲୋକରେ ସାରା ବାଲେଶ୍ବରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ପିସିସି ମୁଖ୍ୟ ପ୍ରବକ୍ତା ଅରବିନ୍ଦ ଦାସ, ବରିଷ୍ଠ ଲେଖକ କୃଷ୍ଣ କୁମାର ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.