ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଠାରୁ ରାୟ ଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ନିକଟରେ ଏକ ଅଟୋ କୁ ଧକ୍କା ଦେଲା ଏକ ମେସୋ ଡେଲିଭରୀ ପିକ୍ଅପ୍ ଭ୍ୟାନ୍। ଭ୍ୟାନ୍ ଟି ଧକ୍କା ଦେବା ଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଅଟୋ ଟି ଭବାନୀପାଟଣା ପଟୁ ଅମ୍ବଦୋଳା ପଟେ ଯାଉଥିବା ବେଳେ ରାୟଗଡ଼ା ପଟୁ ଭବାନୀପାଟଣା ପଟେ ଯାଉଥିବା ଓଡି-୦୨ସିଏଲ୍ ୪୯୦୧ ବିଶିଷ୍ଟ ମେସୋ ଡେଲିଭରୀ ପିକ୍ଅପ୍ ଭ୍ୟାନ୍ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋ ଚାଳକ ଗୁରୁତର ଆହତ ଅବସ୍ଥାରେ ରହିଥିବା ବେଳେ କିଡିଙ୍ଗ ଗାଁର ଯୁବଗୋଷ୍ଠୀ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଗୁରୁତର ଅଟୋ ଚାଳକଙ୍କୁ ଡାକ୍ତରଖାନା ପଠାଇଥିଲେ। ଗୁରୁବାର ଅଟୋ ଚାଳକ ଅଟୋ ଚାଳକ ରାୟଗଡ଼ା ଜିଲ୍ଲା ଅମ୍ବଦୋଳାର ସୁରଜ ସୁନା (୨୮) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀ ମୋହନ ପିଡିକା ଓ କନେଷ୍ଟବଳ ପିତବାସ ମାଝୀ, ମୁକେଶ ସାହୁ ପହଞ୍ଚି ପିକ୍ଅପ୍ ଭ୍ୟାନ୍ ଓ ଡ଼୍ରାଇଭରକୁ ଫାଣ୍ଡିକୁ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି।




