ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସଦର ବ୍ଳକ ଚହଗାଁ ପଞ୍ଚାୟତ ଅଧିନସ୍ତ ବୁଢୀପଦର ଗ୍ରାମରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଚାଲିଛି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ। ଏହି ନାମଯଜ୍ଞରେ ସୁଦର୍ଶନ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ପିଙ୍କି ସାହୁ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ମୁଖ୍ୟ ପୂଜକ କମ୍ବୁପାଣି ଦାଶ, ଜପକ ଭକ୍ତରାମ ଦାଶ, ପାଚକ ଅଚୁତ୍ୟାନନ୍ଦ ଦାଶ ପୂଜାକାର୍ଯ୍ୟ ନିର୍ବାହ କରୁଥିବାବେଳେ ଏଥିରେ ସାତ ଗୋଟି ସଂକୀର୍ତ୍ତନ ଦଳ ଯୋଗଦେଇଥିଲେ। ପୂଜା କମିଟି ସଭାପତି ଦୀନବନ୍ଧୁ ସାହୁ, ଉପସଭାପତି କାମଦେବ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ, କମିଟି ସଦସ୍ୟ, ପୋଲିସ ପ୍ରଶାସନ ସହଯୋଗ କରିଥିଲେ।




