ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁଙ୍କ “ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ” ଉଦଯାପନୀ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନର ଉଦଯାପନୀ ଉତ୍ସବ ମହା ସମାରୋହ ରେ ପାଳିତ ହୋଇ ଯାଇଛି । ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ, ସମ୍ମାନୀତ ଅତିଥି ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, ମ,ରାମପୁର ରେଞ୍ଜ ଅଧିକାରୀ (ଏ ସି ଏଫ୍) ଅସିତ୍ କୁମାର ଦାଶ ଯୋଗ ଦେଇ ଥିବା ବେଳେ ଗାଳ୍ପିକ ନରୋତ୍ତମ ସେଲମା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ପୂର୍ବତନ ସମ୍ପାଦକ ଚମରା ମହାଖୁଡ, ମାର୍ଗଦର୍ଶକ ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ପୂର୍ବତନ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, କୁବେର ମହାଖୁଡ ପ୍ରମୁଖ ସମ୍ପାଦକ ଶ୍ରୀ ସାହୁ ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ କୁ ପ୍ରଶଂସା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସର ରେ ମ,ରାମପୁର ର ବିଭିନ୍ନ ସଙ୍ଗଠନ, ଶୁଭେଚ୍ଛୁ ମାନଙ୍କ ଦ୍ଵାରା ଏକକ ସମ୍ପର୍କ ଅଭିଯାତ୍ରୀ ସମ୍ପାଦକଙ୍କୁ ଉଛ୍ଵସିତ ସମ୍ବର୍ଧିତ କରାଯାଇଥିଲା । ସଂସଦ ର ସହ ସଂପାଦକ ପରମାନନ୍ଦ ବିଶି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଠାରେ ସୂଚନା ଥାଉ କି, ଏହି ଏକକ ସମ୍ପର୍କ ଅଭିଯାନ ଫେବୃଆରୀ ମାସ ଶୁଭାରମ୍ଭ ତା. ୧୬ ରିଖ ରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପରିସରରୁ ଆରମ୍ଭ ହୋଇ ତିରିଶ ଦିନ ରେ ତିରିଶ ଜିଲ୍ଲା କୁ ବାଇକ୍ ଯୋଗେ ପରିକ୍ରମା କରିଥିଲା । ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ ରେ ବାହାରି ସଫଳତା ର ସହ ପରିକ୍ରମା କରି ଥିଲେ। ଏହି ଅଭିଯାନରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକ ସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ ” ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା ଉଦଯାପନୀ ଉତ୍ସବରେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀର ସମ୍ପାଦକ ହେମନ୍ତ ସାହୁ କହିବା ସହିତ ନିଜର ଅନୁଭବ ଓ ଅନୁଭୁତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଉପ ସଭାପତି ରାକେଶ କୁମାର ଶତପଥୀ, ବରିଷ୍ଠ ସଦସ୍ୟ ନାରାୟଣ ମହାଲିକ, ମାନସ ରଂଜନ ପ୍ରହରାଜ, ପ୍ରଶାନ୍ତ ସାମନ୍ତରା, ସୁଶାନ୍ତ ମିଶ୍ର, ସତ୍ୟ ନାରାୟଣ ସାହୁ, ଦିଲୀପ ମହାଖୁଡ, ସଞ୍ଜୀବ ସାହୁ,ଅଙ୍କିତ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.