ଉଦଯାପିତ ହେଲା ନର୍ଲା ଏନଏସସି ସ୍ତରୀୟ ତାଲିମ ଶିବିର

ନିଷ୍ଠାର ସହ କାମ କରିବା ପାଇଁ ଶପଥପାଠ କଲେ ଜନ ଗଣନାକାରୀ ଓ ସୁପର ଭାଇଜର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବେ ପୁଣି ୨୦୨୭ ରେ ଆରମ୍ଭ ହେବ ଜନ ଗଣନା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରୀୟା । ପ୍ରଥମ ପର୍ଯ୍ୟାୟ ୧୬ ଅପ୍ରେଲ ୨୦୨୬ ରୁ ୧୫ ମଇ ୨୦୨୬ ଯାଏଁ ଗୃହ ଗଣନା କରାଯିବ। ୨୦୨୭ ମସିହା ଫେବୃୟାରୀ ୯ ରୁ ୨୮ ଯାଏଁ ଜନଗଣନା ଚାଲିବ ବୋଲି ସରକାର ଦିନ ଧାର୍ଯ୍ୟ କରିଛନ୍ତି।କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ରେ ୨୦୨୭ ଜନଗଣନା ପାଇଁ ମଙ୍ଗଳବାର ଠୁଁ ଆରମ୍ଭ ହୋଇଥିଲା ଏନଏସସି ସ୍ତରୀୟ ତାଲିମ ଶିବିର। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ଏହି ଜନ ଗଣନାର “ଚାର୍ଯ ଅଫିସର” ବିପିନ ବିହାରୀ ଦୀପଙ୍କ ନେତୃତ୍ୱରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ଠାରେ ମଙ୍ଗଳବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଏହାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଜି ଏହାର ଉଦଯାପିତ ହୋଇଯାଇଛି।

ଏହା ନର୍ଲା ନବ ଘୋଷିତ ଏନଏସି ଏରିଆ ୧୫ ଗୋଟି କାଉନସିଲ ୱାର୍ଡ ର ୩୪ ଜଣ ହାଇସ୍କୁଲ ଓ ୟୁପିସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଜନଗଣନାକାରୀ ଏବଂ ସୁପରଭାଇଜର ଭାବରେ ତାଲିମ ଦିଆ ଯାଇଥିଲା। ୬ ଜଣ ଜନ ଗଣନାକାରୀଙ୍କ ଉପରେ ଜଣେ ଲେଖାଏଁ ସୁପର ଭାଇଜର ରହି ଜନ ଗଣନାର ସମୀକ୍ଷା କରିବେ ବୋଲି ଜଣାପଡିଛି। ନର୍ଲା ଡିଗ୍ରୀ କଲେଜର ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ ଓ ଅଧ୍ୟାପକ ରମେଶ ଘଡେଇ “ଫିଲ୍ଡ ଟ୍ରେନର” ଭାବରେ ତାଲିମ ଦେଇଥିଲେ। ଏହି ତାଲିମ ଶିବିର, ଜନ ଗଣନାରେ ସ୍ୱଚ୍ଛତା ଓ ନିର୍ଭୁଲ ଜନ ଗଣନା ବିଷୟରେ ଏବିଡିଓ ଦେବେନ୍ଦ୍ର ସାମଲ ବିସ୍ତୃତ ଭାବରେ ବୁଝାଇଥିଲେ। ଏହି ଶିବିର ତିନିଦିନ ଧରି ଚାଲିଥିଲା। ଏହା ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ସମାପନ ହୋଇଯାଇଛି।

ଏହାର ଉଦଯାପନୀ କାର୍ଯ୍ୟକ୍ରମରେ “ଚାର୍ଜ ଅଫିସର” ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଗୁରୁତ୍ବ ବହନ କରୁଛି। ଏଣୁ ଏହାକୁ ସ୍ବଚ୍ଛତା ଓ ନିର୍ଭୁଲ ଭାବରେ ଯେମିତି ସମ୍ପନ୍ନ ହେବ। ଗଣନା ସମୟରେ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ ଜନ ଗଣନାକାରୀ। ଏ ଉପରେ ସମସ୍ତେ ଧ୍ୟାନ ଦେବେ ବୋଲି ତାଙ୍କ ମାର୍ଗଦର୍ଶନ ରେ କହିଥିଲେ। ନର୍ଲା ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ଏବିଇଓ ତଥା ଵିଆରସିସି ଗୋବର୍ଦ୍ଧନ ମାଝୀ, ନର୍ଲା ବ୍ଲକ ଜିପିଡିଓ ଯଦୁମଣି ନାଏକ, ଡିଲିଙ୍ଗ ଆସିଷ୍ଟାଣ୍ଟ କ୍ଷୀରୋଦ ମାଝୀ, ସିପି ସୁଧାଂଶୁ ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହାପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନର୍ଲା ଏବିଡିଓ ଶ୍ରୀ ସାମଲ ସମସ୍ତ ଜନ ଗଣନାକାରୀ, ସୁପରଭାଇଜର ତାଲିମ ଗ୍ରହୀତା ମାନଙ୍କୁ ଶପଥପାଠ କରାଇଥିଲେ। ଶେଷରେ “ଚାର୍ଜ ଅଫିସର” ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.