ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମାଟ୍ରିକ ପରିକ୍ଷାରେ କୃତିତ୍ବ ଅର୍ଜନ କରିଥିବା ୭ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ହିନ୍ଦୀ ପ୍ରଚାର ସଭା ଗୃହରେ ବରିଷ୍ଠ ନାଗରିକ ସଙ୍ଘ ତରଫରୁ ପୁରୁଷୋତ୍ତମପୁର ବ୍ଳକ ସ୍ତରୀୟ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖି ଏ ୱାନ ହୋଇଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ପିଙ୍କି ବେହେରା, ମୁଖ୍ୟ ବକ୍ତା ଭାବେ ଏବିଇଓ  ବିଜୟ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ସଂଘର ସଭାପତି ଅରୁଣ କୁମାର ପଣ୍ଡା, ବରିଷ୍ଟ ନାଗରିକ ସଙ୍ଘ ସମ୍ପାଦକ ତଥା ସଂଯୋଜକ  ପ୍ରଫୁଲ କୁମାର ରଥ, ପି ଏମ୍ ଶ୍ରୀ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଯୁଧିଷ୍ଠିର ସାହୁ, କନକା କ୍ଲଷ୍ଟର ସିଆରସିସି ତଥା ଏହି କାର୍ଯ୍ୟକ୍ରମର ଉଦଘୋଷକ ହେମନ୍ତ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।ସମ୍ବର୍ଦ୍ଧିତ ହୋଇଥିବା ସାତ ଜଣ ଛାତ୍ରଛାତ୍ରୀ ହେଲେ; ସୁଶ୍ରୀ ପୂଜା ସ୍ୱାଇଁ(୫୫୭ ମାର୍କ), ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଟଙ୍କଛାଇ, ସୁଶ୍ରୀ ଲିପ୍ସା ବେହେରା (୫୫୦ ମାର୍କ), ଆର୍ ଟି ଉଚ୍ଚ ମଧ୍ୟାମିକ ବିଦ୍ୟାଳୟ, ପ୍ରତପୁର, ସୁଶ୍ରୀ ସୋନୁ ଗୌଡ଼ (୫୪୦ ମାର୍କ) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଟଙ୍କଛାଇ, ସୁଶ୍ରୀ ଏ କରିସ୍ମା ଦୋରା (୫୪୦ ମାର୍କ),ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ଚଢ଼ିଆପଲ୍ଲୀ, ସୁଶ୍ରୀ ତୁଳସୀ ସାହୁ, (୫୪୦ ମାର୍କ) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହାଣ୍ଡିଘର, ସୁଶ୍ରୀ ଆରୁଶି ସାହୁ (୫୪୦ ମାର୍କ), ଭୂତସରସିଙ୍ଗି ଉଚ୍ଚ ବିଦ୍ୟାଳୟ, ଭୂତସରସିଙ୍ଗି ଓ ଶ୍ରୀ ଡି ବସନ୍ତ ପ୍ରଧାନ (୫୪୦ ମାର୍କ) ଚକ୍ରପାଣି ଦୋରା ଉଚ୍ଚ ବିଦ୍ୟାଳୟ, ବଡ଼ବରଗାଁର ଅଟନ୍ତି।ଏଥି ସହ ସରସ୍ୱତୀ ପଣ୍ଡା ସ୍ମାରକୀ ଟ୍ରଷ୍ଟ, ଆଛୁଲି ତରଫରୁ ୫୫୭ ମାର୍କ ରଖି ବ୍ଲକ ଟପ୍ପର ହୋଇଥିବା ପୂଜା ସ୍ୱାଇଁ ଙ୍କୁ ୧୦୦୦/- ଟଙ୍କା, ୫୫୦ ମାର୍କ ରଖି ଦ୍ୱିତୀୟ ହୋଇଥିବା ଲିପ୍ସା ବେହେରା ଙ୍କୁ ୭୦୦/- ଟଙ୍କା ଏବଂ ୫୪୦ ମାର୍କ ରଖି ତୃତୀୟ ସ୍ଥାନ ରେ ଥିବା ୫ ଜଣଙ୍କୁ ୫୦୦/- ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ତାଙ୍କର ବାପା ମାଆ, ସେହି ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ବରିଷ୍ଟ ନାଗରିକ ସଙ୍ଘର ସଦସ୍ୟ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.