ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଦଶପୁର ସ୍ଥିତ ସ୍ଵାମୀ ରାମ ହିମାଳୟ ଯୋଗାଶ୍ରମରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ଆଖି ଆଗରେ ରଖି ଗୋଲାମୁଣ୍ଡା ଖଣ୍ଡ ସ୍ତରୀୟ ଯୋଗ ସମିତି ଦ୍ବାରା ଯୋଗ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। କଳାହାଣ୍ଡି ଜିଲ୍ଲା ଯୋଗ ସମିତିର ସଂଯୋଜକ ବିମ୍ବାଧର ପ୍ରଧାନୀ ଏବଂ ସହ ସଂଯୋଜକ ଶଙ୍କର ପ୍ରସାଦ ରାଉତ ଏଥିରେ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ। ଗୋଲାମୁଣ୍ଡା ଖଣ୍ଡ ସ୍ତରୀୟ ଯୋଗ ସମିତିର ପରାମର୍ଶଦାତା ତଥା ସ୍ଵାମୀ ରାମ ହିମାଳୟ ଯୋଗାଶ୍ରମର ମଠାଧୀଶ ସ୍ଵାମୀ ସତ୍ୟସ୍ବରୂପା ନନ୍ଦ ସରସ୍ବତୀ, ସଂଯୋଜକ ବଳଭଦ୍ର ଭୋଇ, ସହ ସଂଯୋଜକ ବ୍ରହ୍ମା ପ୍ରସାଦ କାଣ୍ଡ, ଜଳନ୍ଧର ନାଏକ, ଯୋଗ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ହୃଦାନନ୍ଦ ସା, ଗଣେଶ ରାଉତ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।





