ଓଡ଼ିଶା ଜନତା କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା କଳପଡା ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଜନତା କଂଗ୍ରେସର ଏକ ବୃହତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଦଳୀୟ କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଝିଙ୍କିରିଆଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଶତାଧିକ କର୍ମୀ ଓ ସମର୍ଥକଙ୍କ ଗହଣରେ ଏହି ଶୋଭାଯାତ୍ରା କଳପଡା କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ସେଠାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମ୍ମିଳନୀରେ ୪୨ ମୌଜା ଅଞ୍ଚଳର ୬ ଗୋଟି ପଞ୍ଚାୟତରୁ ହଜାର ହଜାର ବାସିନ୍ଦା ଏବଂ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସଭାପତି ଇଞ୍ଜିନିୟର ମହମ୍ମଦ ମୋକିମ ସମସ୍ତ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ଥାନୀୟ ସମସ୍ୟା ଓ ଅଞ୍ଚଳର ବିକାଶ ଉପରେ ଆଲୋକପାତ କରିଥିଲେ । ଏଥିସହିତ ଓଡ଼ିଶାର ଏକ ନୂତନ ଏବଂ ପ୍ରଗତିଶୀଳ ରାଜନୈତିକ ବିକଳ୍ପ ଭାବେ ‘ଓଡ଼ିଶା ଜନତା କଂଗ୍ରେସ’ ସହ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ସର୍ବଦା ଜନସାଧାରଣଙ୍କ ସହ ଛିଡ଼ା ହେବ ବୋଲି ଏହି ଅବସରରେ ଦୃଢ଼ ସଂକଳ୍ପ ପ୍ରକାଶ କରାଯାଇଛି। ଏଥିରେ ମୁଖ୍ୟ ପରିଚାଳକ ଦୀପକ ପରିଡା, ଖଲିକୁଜ ଜମାନଖାନ, ବିରଜା ଭୂଷଣପତି, ରବିନାରାୟଣ ନାୟକ, ମହେଶ୍ୱର ପତି, ଅଭୟ ମହାପାତ୍ର, ସମ୍ବିତ ବିଶ୍ୱାଳ, ଅଶୋକ ଦାସ, ମିର୍ଜା ସରାଫତ ବେଗ, ବିକାଶ ପରିଡା, ରାଜକିଶୋର ଭୋଇ, ଶୁଭେନ୍ଦୁ ଲେଙ୍କା, ପ୍ରତାପ ସ୍ୱାଇଁ, ଅଜୟ ମଲ୍ଲିକ,ଦୀପକ ମଲ୍କିକ, ସୁଦର୍ଶନ ସଂକୁଆ, ରମେଶ ମଲ୍ଲିକ, ଧନଞ୍ଜୟ ରଥ, ରାଜକିଶୋର ଭୋଇ, ଯାହେଦ ଖାଁ, ସମ୍ବିତ ପରିଡା ପ୍ରମୁଖ ଉର୍ଦ୍ଧ କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.