ସିକେରକୁପା ଛକରେ ଓଲଟିଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପା ଛକ ବୁଲାଣିରେ ସୋମବାର ଏକ କୋଇଲା ବୋଝେଇ ଟ୍ରକ ସିଜି- ୦୪- ପିଡି-୪୩୧୨ ନମ୍ବର ବିଶିଷ୍ଟ ବିଶାଖାପାଟଣା ଠାରୁ କୋଇଲା ବୋଝେଇ କରି ରାୟଗଡା ଅଭିମୁଖେ ଯାଉଥିବା ବେଳେ ସିକେରକୁପା ଛକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି। ଫଳରେ ଚାଳକ ଆହତ ହୋଇ ଅଳ୍ପକେ ବର୍ତ୍ତିଛନ୍ତି। ସ୍ଥାନୀୟ ଲୋକେ ଖବର ଦେବାପରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା ଘଟଣା ସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ଜଣାପଡିଛି। ବର୍ତ୍ତମାନ ଟ୍ରକ ଟି ଏବେ ରାସ୍ତା ଉପରେ ଓଲଟି ପଡ଼ିଛି। ତେବେ ଏହି ରାଜ୍ୟ ରାଜପଥରରେ ଦିନ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏହି ରାସ୍ତାରେ ଯାତାୟତ ପାଇଁ ଲୋକେ ଭୟ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.