ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପ୍ରତିବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଇଥାଏ । ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ସହ ପାରିବେଶିକ ଅସନ୍ତୁଳନରୁ ବିଶ୍ୱତାପନ ବଢ଼ି ଚାଳିଛି ଓ ନୂଆଁ ନୂଆଁ ରୋଗ ମଧ୍ୟ ଜନ୍ମ ନେଉଛି । ଏ ପରିସ୍ଥିତିରେ ପରିବେଶକୁ ବଞ୍ଚାଇବା ଏକ ଆହ୍ୱାନ ଭାବରେ ଉଭା ହୋଇଛି । ଚଳିତ ବର୍ଷ ଏହି ଦିବସ ଅବସରରେ ଧର୍ମଗଡ଼ ବନାଞ୍ଚଳ ଦ୍ୱାରା ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ ପରିସରରେ ବୃକ୍ଷରୋପଣ ସହ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ସୁଧିର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ “ପରିବେଶ ବଞ୍ଚିଲେ ଆମେ ବଞ୍ଚିବା, ତେଣୁ ସମସ୍ତେ ବୃକ୍ଷରୋପଣ କରିବା ଉଚିତ” ବୋଲି ମତବ୍ୟକ୍ତ କରିଥିଲେ । ଧର୍ମଗଡ଼ ଏନ୍.ଏ.ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ମହାନ୍ତି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ଉପଜିଲ୍ଲାପାଳ ସୁଶ୍ରୀ ପ୍ରେକ୍ଷା ଅଗ୍ରୱାଲ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା, ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କୁଅଁର, ବନପାଳ ରୀନା କୁମାରୀ ଧଙ୍ଗଡ଼ାମାଝୀ, ସନ୍ତୋଷ କୁମାର ଦଳପତି, ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ନେତୃତ୍ୱରେ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ବୃକ୍ଷରୋପଣ ସହ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସେହିପରି ଧର୍ମଗଡ଼ ବନାଞ୍ଚଳର ଅନ୍ୟ ସମସ୍ତ କର୍ମଚାରୀଙ୍କ ସମେତ ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର, ମହାବିଦ୍ୟାଳୟର ପ୍ରାଧ୍ୟାପକ ନିମାଇଁ ଚରଣ ପାତ୍ର, ଅଧ୍ୟାପକ ବିନାୟକ ପଣ୍ଡା, ତାପସ ରଞ୍ଜନ ଭୋଇ, ଖେଳ ଶିକ୍ଷକ ଅଭୟ କୁମାର ବାଗ ଉପସ୍ଥିତ ରହି ସହାୟତା କରିଥିଲେ ।





