ସ୍କୁଲରେ ରୋଷେଇ ସମୟରେ ଲାଗିଲା ନିଆଁ

ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ଟଳିଲା ଅଘଟଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟରେ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଟିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରେ ଲାଗିଲା ନିଆଁ। ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ଠିକ୍ ସମୟରେ ନିଆଁ କୁ ଆୟତ୍ତ କରାଯାଇଥିବା ବେଳେ ଅଳ୍ପକେ ଟଲି ଯାଇଛି ବଡ଼ ଦୁର୍ଘଟଣା। ସୂଚନା ଅନୁଯାୟୀ, ମଙ୍ଗଳବାର ବିଦ୍ୟାଳୟରେ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡରେ ଲିକେଜ ହୋଇ ନିଆଁ ଲାଗି ଯାଇଥିଲା। ସ୍କୁଲର ପାଚିକା ପଦ୍ମିନୀ ବେହେରା ଓ ସୁକାନ୍ତ ହାତି ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ ଶବରଙ୍କ ଜଣାଇବା ପରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପରିସରରୁ ସୁରକ୍ଷିତ ସ୍ଥାନକୁ ନେବା ସହ ତୁରନ୍ତ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ ରାଧେଶ୍ୟାମ ପ୍ରଧାନୀ, ହେମନ୍ତ ମାଝୀ, ବିଶ୍ବଜିତ ଜେନା, ସୁନିଲ ରଞ୍ଜନ ବାରାଲ, ଲଲିତ ପୁଟେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ବଡ଼ ଅଘଟଣାରୁ ବର୍ତ୍ତି ଯାଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇ ନଥିବା ପ୍ରଧାନ ଶିକ୍ଷକ ଶ୍ରୀଶବର ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.