ଧର୍ମଗଡ଼ ବ୍ଲକ ଓବିସି ମଞ୍ଚର ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣି ରାଉତ): ଧର୍ମଗଡ଼ ବ୍ଲକ ଓବିସି ମଞ୍ଚ ତରଫରୁ ସମାଜର ସାମ୍ବିଧାନିକ ହକ ଅଧିକାର ପାଇଁ ଜିଲ୍ଲା ଓବିସି ମଞ୍ଚ ସଭାପତି ଡମ୍ବରୁଦ୍ଧର ଲହଜଲଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଧର୍ମଗଡ଼ ବ୍ଲକ ଓବିସି ମଞ୍ଚ ସଭାପତି ପ୍ରମୋଦ ହଂସ, ସଂପାଦକ ଏକାଦଶୀ ଗୋପାଳ, ଏନଏସି ଓବିସି ମଞ୍ଚ ସଭାପତି ରାଜେନ୍ଦ୍ର ଭୋଇ, ସଂପାଦକ ସୋମନାଥ ନାଏକ, ଓବିସି ମଞ୍ଚ ଜିଲ୍ଲା ସାଙ୍ଗଠାନିକ ସମ୍ପାଦକ ଡାକେଶ୍ୱର ଲହଜଳ, ଓବିସି ଯୁବ କାର୍ଯ୍ୟକାରୀ ସଭାପତି ରତନ ନାଏକ, ଅବସରପ୍ରାପ୍ତ ମେଡ଼ିକାଲ ଅଫିସର କିଶୋର ଚନ୍ଦ୍ର ପଟେଲ,ସମାଜସେବୀ ରୀନା ଭୋଇ,ଯୁବ ଉଦ୍ୟୋଗୀ ହିମାଂଶୁ ସାହୁ, ଅବସରପ୍ରାପ୍ତ ଏଗ୍ରିକଲଚର ଅଫିସର ଗଜାନନ ସାହୁ, ରିଟେଡ଼ ଟିଚର ସଙ୍ଘ ଉପଦେଷ୍ଟା ଧନୁର୍ଦ୍ଧର ଦାସ,ଯୁବନେତା ଚିତ୍ରସେନ ଗୋପାଳ, କବି ଲିମଗୋଛିଆ, ଜଳନ୍ଧର ନାଏକ, କାଉନସିଲର ମୁନିରାମ ମାଝୀ, ନିଲମ୍ବର ଦାସ ,କ୍ଷୀରସିନ୍ଧୁ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟତଃ ଓବିସି ମାନଙ୍କ ସାମ୍ବିଧାନିକ ହକ, ଅଧିକାର ଓ ସମାନୁପତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ସହ ଏହି ବର୍ଗର ଯୁବକ, ଯୁବତୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣାରେ କୋଚିଂ ବ୍ୟବସ୍ଥା,୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା ଭିତିକ କରିବା ପାଇଁ ଆଲୋଚନା କରିଥିଲେ । ଏବଂ ଅଗାମି ଦିନରେ ଓବିସି ସମାଜକୁ ସୁ-ସଂଗଠିତ କରି ଆଗକୁ ବଢ଼େଇବା ପାଇଁ ମତ ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.