ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଗତକାଲି ଓଡିଶା ଆନ୍ଧ୍ର ସୀମାବର୍ତ୍ତି ଅଞ୍ଚଳରେ ବୁଲୁଥିବା ୮ ଟିକିଆ ହାତୀପଲ ଓଡ଼ିଶା ଅଞ୍ଚଳକୁ ପ୍ରବେଶ କରିଛନ୍ତି I ଆଜି ସକାଳୁ ସକାଳୁ ରାୟଗଡା ବ୍ଲକ କେରଡ଼ା ନିକଟସ୍ଥ ଏକ ପାମ ଓଏଲ ଫାର୍ମ ମଧ୍ୟରେ ହାତୀ ଗୁଡିକୁ ଦେଖିବାକୁ ମିଳିଥିଲା I ରାୟଗଡ଼ା ବ୍ଲକ କେରେଡା,ପୁଡେଶୁ,ବୋରୁ ହାଲୁଆ ଗାଁ ନିକଟରେ ଗତ ୩ ଦିନ ହେଲା ବୁଲୁଛନ୍ତି I ହାତୀପଲ ଆନ୍ଧ୍ର ପ୍ରଦେଶ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣ ପାଇଁ ଗାଁ ମୁଁହା ହୋଇଛନ୍ତି । ଫଳରେ ସୀମାନ୍ତ ଗାଁ ମାନଙ୍କରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି I ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବନ ବିଭାଗ କର୍ମଚାରୀ ହାତୀ ପଲ ଉପରେ ନଜର ରଖିବା ପାଇଁ ଯୁଗ୍ମ ପାଟ୍ରୋଲିଂ କରୁଥିବା ଜଣାପଡ଼ିଛି । ଏଥିସହ ଉଭୟ ରାଜ୍ୟର ସୀମାନ୍ତ ଅଂଚଳର ବିଭିନ୍ନ ଗାଁ ମାନଙ୍କରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଏହି ସମୟରେ କିଛି ଅମାନିଆ ଯୁବକ ଫାର୍ମ ଭିତରେ ପଶି ମୋବାଇଲରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି I





