ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ସ୍ବର୍ଗତ ସାଧୁ ଗୋବର୍ଦ୍ଧନ ଦାସଙ୍କ ଦ୍ବାରା ସ୍ଥାପିତ ଅଲେଖ ମହିମା ଚଉଦ୍ବାର ଆଶ୍ରମରେ ନୂଆଖାଇ ବହୁତ ଧୁମଧାମରେ ପାଳିତ ହୋଇଯାଇଛି । ଏଥିପାଇଁ ପ୍ରଥମେ ଗୁରୁବାର ଦିନ ସଂନ୍ଧ୍ୟାରେ ମଠାଧୀଶ ସାଧୁ ପରମାନନ୍ଦ ଦାସଙ୍କ ନେତୃତ୍ୱରେ ଅଖଣ୍ଡ ବ୍ରହ୍ମ ଧ୍ଵନୀ ପ୍ରଜ୍ବଳନ କରି ସଂସାରର ମଙ୍ଗଳ ପାଇଁ ପ୍ରାର୍ଥନା କରା ଯାଇଥିଲା । ଏହାପରେ ଆର ଦିନ ସକାଳୁ ସମସ୍ତ ସାଧୁ, ଭକ୍ତ ଓ ମାତା ମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜ ନିତ୍ୟ କର୍ମ ସାରି ପରମବ୍ରହ୍ମ ଗୁରୁ ଗୋସ୍ୱାମୀଙ୍କୁ ନୂଆ ଅନ୍ନ ଟେକିଥିଲେ । ଏହା ପରେ ସମସ୍ତେ ମିଶି ନବାନ୍ନ ଭକ୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଖ ଆଖ ଦୂର ଦୂରାନ୍ତରୁ ବହୁତ ଜଗତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ନାରାୟଣ ଭକ୍ତ, ରୁତୁରାଜ ଭକ୍ତ, ସାଧୁ ହର୍ଷ ମଣି ଦାସ, ସହଦେବ ଭକ୍ତ, ଲୋକନାଥ ଭକ୍ତ, ମିଥୁନ ଭକ୍ତ, ପ୍ରତାପ ଭକ୍ତ, ବଂଶୀ ଭକ୍ତ, କୁଶ ଭକ୍ତ, ନନ୍ଦ ଲାଲ ଭକ୍ତ ଓ ଅନ୍ୟମାନେ ।






