ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ବିଜେପିର ନେତା ତଥା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି କୋଣ୍ଡାବାବୁ ଆଜି ରାତିରେ ଘରେ ଖାଇ ସାରିବା ପରେ ଛାତ ଉପରେ ଚାଲୁଥିବା ବେକେ ହୃଦଘାତ ହୋଇ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ପୂର୍ବରୁ ସେ ବି ଜେ ଡି ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୨୪ ନିର୍ବାଚନ ପରେ ବି ଜେପି ରେ ଯୋଗ ଦେଇଥିଲେ ଏବଂ ବି ଜେ ପି ତାଙ୍କୁ ତେଲୁଗୁ ଭୋଟ ପାଇଁ ଗୁରୁତ୍ବ ଦେଉଥିଲା । ସେ ନିକଟରେ ଟ୍ରକ ମାଲିକ ସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ସାରା ଜିଲ୍ଲାର ବି ଜେ ପି ମହଲରେ ଶୋକର ଛାୟା ଖେଳିଯାଇଛି ।





