ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ ହାଇଦ୍ରାବାଦ ସହରକୁ ଯାଇଥିଲେ। ତେବେ ସେ ଘରକୁ ଫେରିବା ସମୟରେ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସେ ଗତ ୪/୫ ମାସ ତଳେ ହାଇଦ୍ରାବାଦ ସହରକୁ କାମ ଅନ୍ବେଷଣରେ ଯାଇ ସେଠାରେ ଶ୍ରମିକ ଭାବେ କାମ କରି ଆସୁଥିଲେ। ତେବେ ତାଙ୍କୁ ଜ୍ବର ହେବାରୁ ଗତ ମଙ୍ଗଳବାର ଦିନ ଟ୍ରେନ୍ ଯୋଗେ ଗାଁ କୁ ଫେରୁଥିଲେ। ଜୟସିଂ ଗୁରୁବାର ସୁଦ୍ଧା ଘରକୁ ପହଞ୍ଚିବାର ଥିବାବେଳେ ସେ ଘର କୁ ପହଞ୍ଚି ନଥିଲେ ଏବଂ ତାଙ୍କ ସହିତ କୌଣସି ଯୋଗାଯୋଗ ମଧ୍ୟ ହୋଇ ନଥିଲା। ଏନେଇ ଶନିବାର ପରିବାର ଲୋକେ ଆମପାଣି ଥାନାରେ ନିଖୋଜ ମାମଲା ଦାୟର କରିଛନ୍ତି। ଏବଂ ପରିବାର ବର୍ଗ ଜୟସିଂ କୁ ଖୋଜିବା ପାଇଁ ହାଇଦ୍ରାବାଦ ଅଭିମୁଖେ ବାହାରିଥିବା ତାଙ୍କ ବଡ଼ଭାଇ ପ୍ରକାଶ କରିଛନ୍ତି। ତେବେ ଏହି ଅଞ୍ଚଳର ଅନେକ ଶ୍ରମିକ କାମଧନ୍ଦା ଅଭାବ କାରଣରୁ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଇଥିବାରୁ ଉଦବେଗ ପ୍ରକାଶ ପାଇଛି l

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.