ଧାନ ବିକ୍ରୀ ପଞ୍ଜିକରଣ ଅବଧି ବଢ଼ାଇବାକୁ ସମାଜବାଦୀ ପାର୍ଟିର ଦାବି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟ ସାରା ଚାଲିଛି ଖରିଫ ଧାନ ବିକ୍ରୀ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା। କୃଷି ସମବାୟ ସମିତି ମାନଙ୍କରେ ପଞ୍ଜିକରଣ ପାଇଁ ଚାଷୀମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ନେଟ୍ ପ୍ରୋବ୍ଲେମ ପାଇଁ ଦିନକୁ ଅତି ଅଳ୍ପ ଚାଷୀଙ୍କ ପଞ୍ଜିକରଣ ହେଉଛି। ଚାଷୀମାନେ ୩/୪ ଦିନରୁ ଆରମ୍ଭ କରି ୫/୬ ଦିନ ଧାଇଁବା ପରେ ଅତି କଷ୍ଟରେ ସେମାନଙ୍କ ପଞ୍ଜିକରଣ ହେଉଛି। ଅଗଷ୍ଟ ୩୧ ଧାନ ବିକ୍ରୀ ପଞ୍ଜିକରଣର ଶେଷ ତାରିଖ ଥିବାବେଳେ ଚାଷୀଙ୍କ ଉଦବେଗ ବଢ଼ିବାରେ ଲାଗିଛି। ଏପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି; ୨୦ ଦିନରେ ୧୩ ଲକ୍ଷ ୭ ହଜାର ଚାଷୀ ପଞ୍ଚିକୃତ ହୋଇଛନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହ ପଞ୍ଜିକରଣ ଅବଧି ବଢ଼ାଇବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ। ଶ୍ରୀ ଯାଦବ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୦% ଚାଷୀ ପଞ୍ଜିକରଣ କରିପାରି ନାହାନ୍ତି। ତେଣୁ ଅଗଷ୍ଟ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଧାନ ବିକ୍ରୀ ପଞ୍ଜିକରଣ ଅବଧି ବଢ଼ାଇବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଶିବ ହାତୀ ଯାଦବ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.