ତେତାବନା ସାହିତ୍ୟ ସଂସଦ କେସିଙ୍ଗା ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ପାଳିତ

• ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀଙ୍କୁ ‘ଗଙ୍ଗାଧର ମେହେର ସମ୍ମାନ’

• ‘ତପସ୍ୱିନୀ କବିତାର ପ୍ରତିଟି ଧାଡି ଗଙ୍ଗାଧରଙ୍କ ମୌଳିକତା ପ୍ରମାଣ ପାଇଁ ଯଥେଷ୍ଟ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ତେତାବନା ସାହିତ୍ୟ ସଂସଦ, କେସିଙ୍ଗା ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଲେଖିକା ଯାଜ୍ଞସେନୀ ସାହାଙ୍କ ସଭାପତିତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରସ୍ଥ ଋଷି ସାହା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ ବରିଷ୍ଠ ଚିକିତ୍ସକ ଓ ପୂର୍ବତନ ନଗରପାଳ ଡାକ୍ତର ହେମ ସାଗର ସାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଙ୍ଗାଧର ମେହେରଙ୍କ ସ୍ମୃତିଚାରଣ କରିଥିଲେ l ଭୁବନେଶ୍ୱରରୁ ଆଗତ ପ୍ରସିଦ୍ଧ ସଂସ୍କୃତି ଗବେଷକ ଓ ବିଶିଷ୍ଟ ବାଗ୍ମୀ ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଡାକ୍ତର ଷଡଙ୍ଗୀଙ୍କୁ ସଂସଦ ପକ୍ଷରୁ ‘ଗଙ୍ଗାଧର ମେହେର ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା l ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସାଙ୍ଗଠନିକ ସମ୍ପାଦକ ଯାଦବେନ୍ଦ୍ର ସାହା l ମଞ୍ଚ ପରିଚାଳନା ଜ୍ଞାନେନ୍ଦ୍ର ଭୋଇ ଓ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ରୁବି ଚୌଧୁରୀ l ଏହା ବ୍ୟତୀତ କେସିଙ୍ଗା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡକ୍ଟର ରାକେଶ କୁମାର ବିଶି ଓ କଶ୍ରୁପଡା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମରେ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମେହେର ସଙ୍ଗୀତ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ହରିଶଙ୍କର ଭୋଇ,ମଞ୍ଜୁମେଧା ଗୁରୁ,ଜି. କ୍ରିଷ୍ଣା ରେଡି, ସଂଯୁକ୍ତା ପାଢୀ, ଗୋବିନ୍ଦ ବାଗ, ଲୋପାମୁଦ୍ରା ପାଣିଗ୍ରାହୀ, ତପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.