ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କରମତଲା ସ୍ଥିତ ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଦ୍ବିତୀକୃଷ୍ଣ ପଧାନଙ୍କ ଅଧ୍ୟକ୍ଷତାରେ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି | ନିଶା ସେବନର କୁପରିଣାମ ସମ୍ବନ୍ଧରେ ଯୁବ ସମାଜକୁ ସଚେତନ କରାଯିବା ଲକ୍ଷ୍ୟରେ ସଇଁତଲା ଥାନା ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଇଁତଲା ଥାନାଧିକାରୀ ଖଗପତି ବିଶ୍ଵାଳ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଦୀପାଞ୍ଜଳି ସାହୁ, ଶିକ୍ଷକ ଅନୁବ୍ରତ ପଧାନ, ବିବେକାନନ୍ଦ ସୁନାନୀ ମଞ୍ଚାସିନ ରହିଥିଲେ | ନିଶା ସେବନ ଫଳରେ ନିଶା ସେବନକାରୀଙ୍କ ଶାରୀରିକ, ମାନସିକ ଓ ଆର୍ଥିକ କ୍ଷତି ସାଧନ ସହ ଭବିଷ୍ୟତ ନଷ୍ଟ ହେଉଛି | ପରିବାର ଓ ସମାଜ ଉପରେ ଏହାର ସୁଦୂର ପ୍ରସାରି, ଭୟଙ୍କର କୁପ୍ରଭାବ ପଡିଥାଏ ବୋଲି ବକ୍ତାଗଣ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ | ଏହି ଅବସରରେ ଛାତ୍ରଛାତ୍ରୀ ନିଜେ ନିଶା ସେବନ ନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାଠାରୁ ଦୁରେଇ ରହିବା ପାଇଁ ସଚେତନ କରିବେ ବୋଲି ଶପଥ ପାଠ କରିଥିଲେ | ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





