ବିବେକ ଜାଗୃତି କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି,୧୧/୯:ଭବାନୀପାଟଣା ସହରସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଶିକାଗୋ ବିଶ୍ଵ ଧର୍ମ ସମିଳନୀର ୧୨୫ବର୍ଷ ପୂର୍ତ୍ତି ଅବସରରେ ଏକ କର୍ମଶାଳା ‘ବିବେକ ଜାଗୃତି’ ଅନୁଷ୍ଠିତ ହୋଇଯାଇଛି।

ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ସମାଜସେବୀ ସୁତମ ନାୟକ, ବରିଷ୍ଠ ଶିକ୍ଷୟିତ୍ରୀ ସାଗରିକା ଦାସ, ଶିକ୍ଷୟିତ୍ରୀ କନ୍ୟାକୁମାରୀ ନାୟକ ଅତିଥି ରୂପେ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ ଯେ, ୧୧ ସେପ୍ଟେମ୍ବର ୧୮୯୩ ମସିହାରେ ବିଶ୍ଵବିଜୟୀ ସ୍ୱାମୀ ବିବେକାନନ୍ଦ ସମସ୍ତଙ୍କୁ ଚକିତ କରିବା ଭଳି ହୃଦୟସ୍ପର୍ଶୀ ଅଭିଭାଷଣ ମାଧ୍ୟମରେ ଭାରତର କଳା, ସଂସ୍କୃତି ଓ ସନାତନ ଧର୍ମ ସର୍ବଶେଷ୍ଠ ଓ ଭାରତ ଏକ ଦେବଭୂମି ବୋଲି ପ୍ରମାଣ କରିଥିଲେ। ତାକୁ ଆଧାର କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓମଧ୍ୱନୀ ତ୍ରିପାଠୀ, ଷଷ୍ଠି ଖମାରୀ, ଆଦିତ୍ୟ ଗୌଡ଼, ସୁଭାଶିଷ ରଣା, ବିକ୍ରମ ସାହୁ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ରଖିଥିଲେ।

କର୍ମଶାଳାଟିକୁ ଶିକ୍ଷକ ଦକ୍ଷ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରୀତିଶା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମରେ ନରେନ୍ଦ୍ର ସୁନାନୀ ସହଯୋଗ କରିଥିଲେ।

Google Chrome ରେ odiabarta.in ଖୋଲି ଲାଲ୍ ବେଲ୍ ବଟନରେ କ୍ଲିକ୍ କରନ୍ତୁ ଓ ସମସ୍ତ ଖବର ଓ ବିଚାର ସୂଚନା ମାଗଣାରେ ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.